Breaking

୮ ଓ ୯ ଦେଶବ୍ୟାପୀ ଧର୍ମଘଟରେ ସାମିଲ ହେଲେ ଅଟୋ ଓ ଟ୍ୟାକ୍ସି ମହାସଂଘ

0

ଭୁବନେଶ୍ୱର : ଜାନୁଆରୀ ୮ ଓ ୯ରେ ଦେଶବ୍ୟାପୀ ହେବାକୁ ଥିବା ଶ୍ରମିକ ଧର୍ମଘଟକୁ ସମର୍ଥନ ଜଣାଇ ଅଟୋ ଓ ଟ୍ୟାକ୍ସି ବନ୍ଦ ରହିବ ବୋଲି ମହାସଂଘ ନିଷ୍ପତ୍ତି ନେଇଛି । ସର୍ବ ଭାରତୀୟ ସ୍ତରରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ଓ ସମସ୍ତ ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଧର୍ମଘଟ ଡାକରା ଦେଇଛି । ଶ୍ରମିକ ମାନଙ୍କୁ ଶୋଷଣ କରିବା ସହିତ ୧୯୮୮ ମସିହା ପରିବହନ ନୀତିକୁ ପରିବର୍ତ୍ତନ କରି ମାତ୍ରାଧିକ ଟିକସ ଓ ଜୋରିମାନା ଆଦାୟ, ବୀମା ରାଶି ବୃଦ୍ଧି, ଫିଟ୍ନେସ୍ ଉପରେ ଦୈନିକ ୫୦ଟଙ୍କା ବୃଦ୍ଧି, ହାଲୁକା ଯାନର ମୁଲ୍ୟବୃଦ୍ଧି, ମଟର ଯନ୍ତ୍ରାଂଶର ଦର ବୃଦ୍ଧି, ଏକ କାଳିନ ଟ୍ୟାକ୍ସ ଆଦାୟ ଦ୍ୱାରା ପରିବହନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କର ଜୀବନଜୀବିକା ନିସହାୟ ହୋଇପଡିଛି । ଏହି ନୀତିକୁ ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ସଂଗଠନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ତାହାର କିଛି ସୁଫଳ ମିଳୁନାହିଁ । କେନ୍ଦ୍ର ସରକାର ଏହି ଦାବିକୁ ଶୀଘ୍ର ପୁରଣ କରନ୍ତୁ ବୋଲି ନିଖିଳ ଓଡିଶା ଅଟୋ ଓ ଟ୍ୟାକ୍ସି ମହାସଂଘର କର୍ମକର୍ତ୍ତାମାନେ ଜୟଦେବ ବିହାର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ଏଥିରେ ସଂଘର କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତି, ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ, ଶ୍ରମିକ ନେତା ସୁର ଜେନା, ସହସଂପାଦକ ବିଜୟ କୁମାର ପଟ୍ଟନାୟକ, ସଂପାଦକ ଶ୍ରୀଧର ସାହୁ, କରୁଣାକର ଦାସ ଓ ନିରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.