Breaking

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ମାତୃ-ପିତୃ ପୂଜନ ଦିବସ ପାଳିତ

0

ଭୁବନେଶ୍ୱର : ଭାରତୀୟ ସଂସ୍କୃତିର ’ମାତୃ-ପିତୃ ଭକ୍ତି’ର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ଧଉଳୀ ପକ୍ଷରୁ ’ମାତୃ-ପିତୃ ପୂଜନ’ ଦିବସ ସ୍ଥାନୀୟ ଭୀମପୁର ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତାଙ୍କୁ ପୂଜା କରିଥିଲେ। ଆଦର୍ଶ ଶିଶୁ ବିଦ୍ୟା ମନ୍ଦିରର ନିର୍ଦ୍ଦେଶକ ଭଗବାନ ଦାସଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ଓ ମୁଖ୍ୟବକ୍ତା ଡଃ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଶୁଭ ସଂସ୍କାର ପ୍ରଦାନ କରିଥିଲେ। ଏହାର ପ୍ରଭାବରେ ଭବିଷ୍ୟତ ଜୀବନରେ ପିଲାମାନଙ୍କ ଉଜ୍ଜ୍ୱଳ ଚରିତ୍ର ନିର୍ମାଣର ଆଧାରଶିଳା ହେବ ବୋଲି ଅତିଥିମାନେ କହିଥିଲେ।ଏହି ସଭାରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତିର ନିର୍ଦ୍ଦେଶକ ସୁର୍ଯ୍ୟମଣି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

loading...

Leave A Reply

Your email address will not be published.