Breaking

ଭାଲେଣ୍ଟାଇନ୍ ଡେ କୁ ବିରୋଧ

0

ଭୁବନେଶ୍ୱର : ‘ଭାଲେଣ୍ଟାଇନ୍ ଡେ’କୁ ବିରୋଧ କରୁଥିବା ବଜରଙ୍ଗ ଦଳ ରାଜଧାନୀରେ ଗୁରୁବାର ଦିନ ସମାଲୋଚନା କରିବା ସହ ଏକ ର‌୍ୟାଲି ଆୟୋଜନ କରିଛନ୍ତି । ଆଜିର ଏହି ଦିନଟିକୁ ଅଧିକାଂଶ ଯୁବବର୍ଗର ପ୍ରେମୀ ଯୁଗଳ ‘ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରୁଛନ୍ତି । ତେବେ ରାଜଧାନୀର ବିଭିନ୍ନ ପାର୍କ, ମଲ୍, ସିନେମା ଘର ମାନଙ୍କରେ ଭିଡ ଦ୍ଖେିବାକୁ ମିଳିଛି । କିନ୍ତୁ ଏହି ଦିବସ ପାଳନକୁ ବିରୋଧ କରୁଥିବା ବଜରଙ୍ଗ ଦଳର କର୍ମୀମାନେ ଅନେକ ପାର୍କ ସମ୍ମୁଖରେ ର‌୍ୟାଲି ଆୟୋଜନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପଟେ ପ୍ରେମୀ ଯୁଗଳ ଓ ସେପଟେ ବଜରଙ୍ଗୀଙ୍କ ଛକାପଞ୍ଝାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଗ୍ରହଣ କରିଛନ୍ତି ।ଏହି ଅବସରରେ ବଜରଙ୍ଗ ଦଳର କର୍ମୀମାନେ ଆଜି ଫରେଷ୍ଟ ପାର୍କ, ଜୟଦେବ ବାଟିକା, ଏକାମ୍ର ପାର୍କ, ଆଇଜି ପାର୍କ ଓ ରିଜୋନାଲ ପ୍ଲାଣ୍ଟ୍ ରିସୋର୍ସ ସେଣ୍ଟର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ ପାଶ୍ଚାତ୍ୟ ସଂସ୍କୃତିର ପରମ୍ପରା ଫଳରେ ହିନ୍ଦୁ ସଂସ୍କୃତି ଉପରେ ଏହାର ନକରାତ୍ମକ ପ୍ରଭାବ ପଡୁଛି ଏବଂ ଏହି ପାଶ୍ଚାତ୍ୟ ସଂସ୍କୃତି ଆଳରେ ଯୁବପିଢିମାନେ କୌଣସି ଅନୈତିକ କାର୍ଯ୍ୟ ନକରନ୍ତୁ । ଏଥିସହିତ ପାଶ୍ଚାତ୍ୟ ସଂସ୍କୃତି ବଦଳରେ ଭାରତୀୟ ସଂସ୍କୃତିକୁ ସମସ୍ତେ ଆପଣାନ୍ତୁ ବୋଲି ସେମାନେ ପ୍ରକାଶ କରିଛନ୍ତି ।

‘ଭାଲେଣ୍ଟାଇନ୍ ଡେ’ ଅବସରରେ ଲୋକମାନଙ୍କୁ ସୁରକ୍ଷାକୁ ନଜରରେ ରଖି କମିଶନରେଟ୍ ପୋଲିସ କଟକ ଓ ଭୁବନେଶ୍ୱର (ଟ୍ୱିନ୍ ସିଟି)ର ବିଭିନ୍ନ ମଲ୍, ପାର୍କ ଓଅନେକ ସାର୍ବଜନୀନ ସ୍ଥାନରେ ପ୍ରାୟ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।ପୋଲିସ କମିଶନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ଭାଲେଣ୍ଟାଇନ୍ ଡେ’ ଅବସରରେ କେହି ବ୍ୟକ୍ତି କିମ୍ବା ପ୍ରେମୀଯୁଗଳଙ୍କ କୌଣସି ପ୍ରକାର ଅସାମାଜିକ ଓ ଅପରାଧମୂଳକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ।ଶ୍ରୀଯୁକ୍ତ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ପୋଲିସ ପ୍ରେମୀଯୁଗଳଙ୍କୁ ସେପର୍ଯ୍ୟନ୍ତ ସୁରକ୍ଷା ଦେବ, ଯେଯାଏଁ ସେମାନେ କୌଣସି ପ୍ରକାର ଅନୈତିକ ତଥା ଅଶାଳୀନ ବ୍ୟବହାର ପ୍ରଦର୍ଶନ ନକରିଛନ୍ତି ।

loading...

Leave A Reply

Your email address will not be published.