Breaking

ରାଜନୈତିକ ଗୋଟି ଚାଳନା : ବଦଳିଲେ ଥାନା ଅଧିକାରୀ

0

ଭୁବନେଶ୍ବର :ରାଜନୈତିକ ଗୋଟି ଚାଳନା ବୋଲି ଚର୍ଚ୍ଚା ଚାଲିଛି । ନିର୍ବାଚନକୁ ଦୃଷ୍ଟି ରେ ରଖି କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳି ହୋଇଛି। ଏଡିସିପି, ଏସିପି, ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହୋଇଛି। କମିଶନରେଟ ପୋଲିସ ଅଧୀନରେ ଥିବା ମୋଟ ୨୬ଟି ଥାନାର ଆଇଆଇସି ବଦଳିଛନ୍ତି।ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନା ଆଇଆଇସି , ହିମାଂଶୁ ଭୂଷଣ ସ୍ୱାଇଁ ଙ୍କୁ ବାଦମବାଡ଼ି , ଅରୁଣ କୁମାର ସ୍ୱାଇଁ ଙ୍କୁ ନୟାପଲ୍ଲୀ, ରଶ୍ମୀରଞ୍ଜନ ମହାପାତ୍ର ଙ୍କୁ ଖଣ୍ଡଗିରି ଥାନା ,ରବି ନାରାୟଣ ଭଂଜ ମାଲଗୋଦାମ ଥାନା , ମନୋଜ ରୋଶନ ବିଲୁଙ୍ଗ ମଧୁପାଟଣା ଥାନା ,ବିଶ୍ୱ ରଞ୍ଜନ ନାୟକ ଚନ୍ଦ୍ରଶେଖରପୁର ଥାନା , ଅମିତାଭ ମହାପାତ୍ର ଖାରବେଳନଗର ଥାନା କୁ ବଦଳି କରାଯାଇଛି ।

ସେହିପରି ଦୀପକ ମିଶ୍ର ଙ୍କୁ ଇନ୍ସପେକ୍ଟର ଡିସିଆରବି, ବିଜୟିନୀ ସିଂ ଙ୍କୁ ସିଡିଏ ଫେଜ ୨ , ପଦ୍ମନାଭ ପ୍ରଧାନ ଙ୍କୁ ଚୌଦ୍ୱାର , ରବିନ୍ଦ୍ର ନାଥ ମେହେର ଙ୍କୁ ମର୍କତ ନଗର , ଆକାଶ ରଣାଙ୍କୁ ଆଇୟୁସିଏଡବ୍ଲୁ ଇନ୍ସପେକ୍ଟର , ଉମାକାନ୍ତ ପ୍ରଧାନଙ୍କୁ ଏୟାରପୋର୍ଟ ଥାନା , ବଳରାମ ନାୟକଙ୍କୁ ବାଲିପାଟଣା ଥାନା ଦାୟିତ୍ୱ ଦିଆଯାଇଛି । ସେହିପରି କମିଶନରେଟ ରେ ସବଇନ୍ସପେକ୍ଟର ପୋଲିସ ସ୍ଥରରେ ମଧ୍ୟ ବଡ ଅଦଳବଦଳ ହୋଇଛି ।

loading...

Leave A Reply

Your email address will not be published.