Breaking

ମନୋଜ ଦାସ ଥିଲେ ଓଡ଼ିଆ ଜାତିର ପରିଚୟ ଓ ଗର୍ବ

0

ଜୟଦେବ ଭବନରେ ଯୋଗ ଜନ୍ମା କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ଏକ ଭାବପୂର୍ଣ୍ଣ ସ୍ମୃତି ସଭା ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ହୋଇଯାଇଛି। ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ସଂସଦ ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭାକୁ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ମନୋଜ ଦାସ ଥିଲେ ଓଡ଼ିଆ ଜାତିର ପରିଚୟ ଓ ଗର୍ବ। ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ଲେଖନୀ ଚାଳନା କରୁଥିଲେ। ସାହିତ୍ୟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ଏଥିପାଇଁ ସେ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପଦ୍ମଶ୍ରୀ, ପଦ୍ମଭୂଷଣ, ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଆଦି ଭଳି ବହୁ ସମ୍ମାନର ଅଧିକାରୀ ହୋଇଥିଲେ ବି ସମ୍ମାନକୁ କେବେ ହେଲେ ସେ ଖୋଜି ନଥାନ୍ତି। ତାହା ହେଉଛି ତାଙ୍କା ବଡ଼ପଣିଆ ଥିଲା। ତାଙ୍କ ଦ୍ୱାରା ଲିଖିତ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଥିବା ଲେଖାଗୁଡିକ ଥିଲା ଅତିଉଚ୍ଚକୋଟିର। ମନୋଜ ଦାସଙ୍କ ପ୍ରତ୍ୟେକଟି ଲେଖାରେପ୍ୱ୍‌ର ବ୍ୟବହାର ଥିଲା ହୃଦୟସ୍ପର୍ଶୀ। ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଶାକୁ ଏକ ଭାଷାଭିତ୍ତିକ ରାଜ୍ୟରେ ପରିଣତ କରିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ମନୋଜ ଦାସଙ୍କ ଅବଦାନ ମଧ୍ୟ ସେହି ସ୍ଥାନରେ ରହିଥିଲା ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୭ତାରିଖରେ ଶ୍ରୀ ଦାସଙ୍କ ଜନ୍ମସ୍ଥାନରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟଜଗତର କାଳଜୟୀ ପୁରୁଷଙ୍କ ଉଦ୍ଦେଶ୍ୟରେ ସାହିତ୍ୟ ଚର୍ଚ୍ଚାର ଆୟୋଜନ କରାଯିବା ସହ ଭୁବନେଶ୍ୱରରେ ମଧ୍ୟ ଶ୍ରୀ ଦାସଙ୍କ ରାଜ୍ୟସ୍ତରୀୟ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ। ସେହିପରି ମୁଖ୍ୟଅତିଥି ଭାବେ କଥାକାର ଅଚ୍ୟୁତାନନ୍ଦ ପତି, ବିଶିଷ୍ଟ ଅତିଥି ଭାବେ ସୁଲେଖିକା ଡ. ମାଳବିକା ରାୟ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରାବନ୍ଧôକ ଡ. ଦେବେନ୍ଦ୍ର କୁମାର ଦାସ ଯୋଗ ଦେଇ ମନୋଜ ଦାସଙ୍କର ସାହିତ୍ୟ ଜଗତ ପ୍ରତି ସୃଜନଶୀଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ବହୁ କାଳଜୟୀ ଉପନ୍ୟାସ, ଗଳ୍ପ, କ୍ଷୁଦ୍ର ଗଳ୍ପ, ସ୍ତମ୍ଭର ରଚୟିତା ଥିଲେ ମନୋଜ ଦାସ। ମନୋଜ ଦାସଙ୍କ ଦ୍ୱାରା ଲେଖା ଯାଇଥିବା କ୍ଷୁଦ୍ର ଗଳ୍ପ ମଧ୍ୟ ପାଠକମାନଙ୍କ ହୃଦୟସ୍ପର୍ଶ କରିଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଂସଦର ଅଧ୍ୟକ୍ଷ ତଥା କଥାକାର ବିଜୟ କୁମାର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସଂସଦର ସମ୍ପାଦକ ତଥା ଗାଳ୍ପିକ ଗୌତମ ବୁଦ୍ଧ ଦାସ, ସାଂସ୍କୃତିକ ସମ୍ପାଦକ ସରୋଜ କୁମାର ବଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜଧାନୀ ଓ ରାଜଧାନୀ ବାହାରୁ ବହୁ କବି, ଲେଖକ ଓ ମନୋଜ ପ୍ରେମୀ ପାଠକ ଯୋଗ ଦେଇଥିଲେ।

ଏଥିରେ ସହ ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଅମିତାଭ ଖିଲାର ଓ ରାମଜୀବନ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଂସଦ ପକ୍ଷରୁ ପ୍ରସ୍ତାବ ଦିଆଯିବା ସହ ପ୍ରତିବର୍ଷ ମନୋଜ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା।

loading...

Leave A Reply

Your email address will not be published.