Breaking

ମେ ୧ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ

0

୨୩ରେ ଜୁନିୟର ଏବଂ ୨୪ରେ ସିନିୟରଙ୍କ ପାଇଁ ଅଡ଼ିଶନ

ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଖରେ ଫ୍ୟାସନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୨ । ଆସନ୍ତା ମେ ୧ ରେ ଏହାର ଦ୍ୱିତୀୟ ସଂସ୍କରଣ ମେଗା ଫ୍ୟାସନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ‘ମଲ୍‌’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହାର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ ଓ ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି ଯେ ଲୁକ୍କ୍‌ାୟିତ ଅବସ୍ଥାରେ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ । ଚଳିତ ବର୍ଷ ତିନୋଟି ବର୍ଗ ରଖାଯାଇଛି । ମିଷ୍ଟର ଏବଂ ମିସ୍ ଜୁନିୟର୍‌, ମିଷ୍ଟର ଏବଂ ମିସ୍ ସିନିୟର୍ ଏବଂ ଟ୍ରନ୍ସଜେଣ୍ଡର । ମିଷ୍ଟର ଏବଂ ମିସ୍ ଜୁନିୟର ଉତ୍କଳ ପାଇଁ ବୟସ ସୀମା ୪ ରୁ ୧୪ ଏବଂ ମିଷ୍ଟର ଏବଂ ମିସ୍ ଉତ୍କଳ ସିନିୟର୍ ଲାଗି ବୟସ ସୀମା ୧୮ରୁ ୨୭ ପର୍ଯ୍ୟନ୍ତ ରଖାଯାଇଛି । ସେହିପରି ଟ୍ରାନ୍ସଜେଣ୍ଡରଙ୍କୁ ଏହି ଫ୍ୟାସନ ସୋ ରେ ସାମିଲ କରାଯାଇଛି । ୨୩ ତାରିଖରେ ଜୁନିୟର ଏବଂ ୨୪ରେ ସିନିୟର ବର୍ଗଙ୍କ ପାଇଁ ଅଡ଼ିଶନ୍ କରାଯିବ । ମୋଟ ୫୬ ଜଣ ପ୍ରତିଯୋଗୀଙ୍କୁ ଏଥିରୁ ଚୟନ କରାଯିବ । ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ଟ୍ରାନ୍ସଜେଣ୍ଡର ବର୍ଗରେ ୧୪ ଓ ଜୁନିୟରରେ ୧୪ ଜଣ ଲେଖାଏଁ ଚୟନ ହେବେ । ଫାଇନାଲରେ ଉର୍ତ୍ତୀର୍ଣ୍ଣ ହୋଇଥିବା ବିଜେତାଙ୍କୁ ନଗଦ ଅର୍ଥ ରାଶି, ଟ୍ରଫି ପ୍ରଦାନ କରାଯିବା ସହ ମଲ୍ ପାଇଁ କଣ୍ଟ୍ରାକ୍ଟରେ ରହିବେ । ସେମାନଙ୍କୁ ଜାତୀୟ ସ୍ତରରେ ଭାଗ ନେବାକୁ ମଧ୍ୟ ସୁଯୋଗ ଦିଆଯିବ । ସେହିପରି ଉପବିଜେତାଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ । ଏଥିପାଇଁ କୌଣସି ପ୍ରବେଶ ଦେୟ ରଖାଯାଇ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଫ୍ୟାସନ ଡ଼ିଜାଇନର ରାମୋଲି, ଓଲିଉଡ଼୍ ଅଭିନେତ୍ରୀ ପ୍ରକୃତି ମିଶ୍ର, ଫ୍ୟାସନ କୋର୍ରିଓଗ୍ରାଫର ଜନ୍ ଅଜୟ, ସୁଶୃୁତ ହସ୍ପିଟାଲର ସିଇଓ ଶ୍ରୀମତୀ ଚିଦାତ୍ମିକା ଖଟୁଆ ଏବଂ ଉତ୍କଳକନିକା ଗ୍ୟାଲେରୀଆ ମଲ୍‌ର ମାର୍କେଟିଂ ମୁଖ୍ୟ ଦୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଫ୍ୟାସନ ଶୋକୁ ସୋପର୍ସ ଷ୍ଟପ୍‌, ଅଲ ଡ଼୍ୟାଟ୍ ଜାଜ୍‌, ଲ୍ୟାଟ୍ ଲିଭ, ଜିନି ଆଣ୍ଡ ଜୋନି, ନାଓ ଗ୍ରୋସରୀ, ଇକୋ ବେଲ୍ଲେଜିଆ, ହାଇଟେକ୍ ହସ୍ପିଟାଲ, ଆଡ଼ିକ୍ସନ, ଆଇନ୍‌ଏଫଡ଼ି, ସାଇନିଂ ଇଭେଣ୍ଟ, ଅଖିଲ ଫଟୋଗ୍ରାଫି, ୟୁନାଇଟେଡ଼୍ ପିକ୍ସେଲ, ବବଲ୍ସ, ୯୨.୭ ବିଗ୍ ଏଫଏମ୍‌, ମାଇଁ ଭୁବନେଶ୍ୱର, ମେଡ଼୍ ଲାଇଫ୍‌, ଏପି ଗାରମେଣ୍ଟସ୍‌, ଗ୍ରୀନ୍ ଭାସନ୍ସ, କଲ୍ଟଫିଟ୍‌, ସିମ୍ପଲି ୱେ ଏବଂ ଇଭେଣ୍ଟ ସଂସ୍ଥା ଇଣ୍ଟର କନେକ୍ଟ ସହଭାଗିତାରେ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି ।

loading...

Leave A Reply

Your email address will not be published.