Breaking

ଗୁରୁ ଘନଶ୍ୟାମ ପାଇବେ ବାଳକୃଷ୍ଣ ଦାଶ ସମ୍ମାନ

ଶାନ୍ତିଲତାଙ୍କୁ ସଙ୍ଗୀତ ସରସ୍ୱତୀ, ସଚ୍ଚିଦାନନ୍ଦଙ୍କୁ ବାଦ୍ୟ ସରସ୍ୱତୀ, ଆର୍ତ୍ତତ୍ରାଣଙ୍କୁ ଗୀତି ସରସ୍ବତୀ ସମ୍ମାନ,ମନୋଜଙ୍କୁ ସଙ୍ଗୀତ ସୁଧାକର ସ୍ମୃତି ବୃଦ୍ଧି

0

ଭୁବନେଶ୍ୱର: ଚଳିତ ବର୍ଷ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ
ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହେବ। ଆସନ୍ତା ୩୦ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଏହି
ଅବସରରେ ଓଡ଼ିଶା ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପି ସାଧନା ନିମନ୍ତେ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ
ସମ୍ମାନ-୨୦୨୨’ ପ୍ରଦାନ କରାଯିବ। ସମ୍ମାନ ସ୍ବରୂପ ୧ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ଏଥି ସହିତ
ଶାନ୍ତିଲତା ଛୋଟରାୟଙ୍କୁ ‘ସଙ୍ଗୀତ ସରସ୍ବତୀ, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ‘ବାଦ୍ୟ ସରସ୍ବତୀ’ ଓ ପଣ୍ଡିତ ଆର୍ତ୍ତତ୍ରାଣ ଶତପଥୀଙ୍କୁ ‘ଗୀତି ସରସ୍ବତୀ’ସମ୍ମାନରେ ବିଭୂଷିତ କରାଯିବ। ସମ୍ମାନ ସ୍ବରୂପ ୧୦ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ଏହାସହ ଯୁବ ପ୍ରତିଭା ମନୋଜ କୁମାର ମାଟିଙ୍କୁ ‘ସଙ୍ଗୀତ ସୁଧାକର ସ୍ମୃତି ବୃତ୍ତି’ ପ୍ରଦାନ କରାଯିବ। ସମ୍ମାନ ସ୍ବରୂପ ୫ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସଙ୍ଗୀତ ଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ବିଶେଷ ଭାବେ ସମ୍ମାନିତ କରାଯିବ। ଏଥିସହ ସାମ୍ବାଦିକ କେଶବ ପାଣି ଓ ସୁକେଶ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ଡ. ସଚ୍ଚିକାନ୍ତ ନାୟକଙ୍କ ପୁସ୍ତକ ‘ଛାନ୍ଦ ସମୀକ୍ଷା’ ଲୋକାର୍ପିତ ହେବ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ସଙ୍ଗୀତ ସୁଧାକରଙ୍କ ନିର୍ଦ୍ଦେଶିତ ସଙ୍ଗୀତ ପରିବେଷଣ କରାଯିବ। ଏହି ସମାରୋହରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ ମୁଖ୍ୟ ଅତିଥି ଓ ଅନ୍ୟମାନେ ଅତିଥି ଭାବେ ଯୋଗଦେବେ ବୋଲି ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍ ପକ୍ଷରୁ ଆବାହକ ଅରକ୍ଷିତ ଦାଶ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.