Breaking

ବିନ୍ଦୁ ସାହିତ୍ୟ ସମାଜର ସାହିତ୍ୟ ଉତ୍ସବ : ଅସ୍ତ ସୂର୍ଯ୍ୟର ସ୍ତବ ଲୋକାର୍ପିତ

0

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ସାହିତ୍ୟ ଉତ୍ସବ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଶୈଳଜ ରବି ଯୋଗଦେଇ ସାହିତ୍ୟ ହେଉଛି ସମାଜର ଅବିଚ୍ଛେଦ୍ୟ ଅଙ୍ଗ, ସମାଜର ହିତ ସାଧନ ନିମନ୍ତେ ସାହିତ୍ୟିକ ମାନେ ଆପ୍ରାଣଉଦ୍ୟମ ଜାରି ରଖିଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ସାହିତ୍ୟ ଚଳଚଞ୍ଚଳ ହୋଇ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି । ସାହିତ୍ୟରେ ଗଣ ଆବେଦନ ରହିଲେ ତାହା ସମାଜକୁ ଦିଗ୍ଦର୍ଶନ ଦେଇପାରିବ ବୋଲି କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନବଲିପି ର ସଂପାଦକ କବି ନୃସିଂହ ତ୍ରିପାଠୀ, ପ୍ରବାହ ର ସଂପାଦକ କବି ରମେଶ ପତି, କଥାକାର ଅନିଲ କୁମାର ପାଢ଼ୀ, କବି ଖଗେଶ୍ୱର ମହତାବ ଓ କବି ମନୋଜ କୁମାର ମେହେର ପ୍ରମୁଖ ଯୋଗଦେଇ କହିଥିଲେ କବିତା, ପ୍ରବନ୍ଧ, ଉପନ୍ୟାସର ଆଙ୍ଗିକ ଯାହା ବି ହେଉ ସମାଜର ବୃହତ୍ତର ହିତ ପାଇଁ କିଛି ବାର୍ତ୍ତା ରହିବା ଆବଶ୍ୟକ । ସାହିତ୍ୟ ଆନନ୍ଦ ଦିଏ, ଯଶ ପ୍ରତିଷ୍ଠା କରେ ଓ ମଙ୍ଗଳ ପ୍ରତିଷ୍ଠା କରିଥାଏ । ପ୍ରଫେସର ମିଶ୍ର କହିଥିଲେ ସାହିତ୍ୟ ଜୀବନକୁ ସରସ ସୁନ୍ଦର କରିଥାଏ, ଉକ୍ରୃଷ୍ଟ ସାହିତ୍ୟ ରଚନା ପ୍ରତ୍ୟେକ ସ୍ରଷ୍ଟାର ଧ୍ୟେୟ ହେବା ଉଚିତ୍ । ପ୍ରଶଂସା ଓ ପ୍ରତିଷ୍ଠାକୁ ଅପେକ୍ଷା ନକରି ଯେଉଁମାନେ (ଫେସ୍ବୁକ୍) ମୁଖବହିରେ ସାହିତ୍ୟ ସୃଷ୍ଟି କରୁଛନ୍ତି ସେମାନଙ୍କୁ ସମ୍ମୁଖକୁ ଆଣିବା ପାଇଁ ତାଙ୍କ ମାନସ ସନ୍ତାନ ବିନ୍ଦୁ ସାହିତ୍ୟ ସମାଜ ଅଙ୍ଗୀକାରବଦ୍ଧ । ଏହି ଅବସରରେ ସ୍ୱରଚିତ କବିତା ସଂକଳନ ‘ଅସ୍ତ ସୂର୍ଯ୍ୟର ସ୍ତବ’ ଉନ୍ମୋଚିତ ହୋଇଥିଲା । ସଭା ପୂର୍ବରୁ ଶହୀଦ୍ ଯବାନ୍ଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ସାହିତ୍ୟିକ ବାଉରୀବନ୍ଧୁ ଲେଙ୍କା ଓ ପ୍ରଫୁଲ୍ଲ ମିଶ୍ରଙ୍କୁ ‘ବିନ୍ଦୁ ସାହିତ୍ୟ ସମ୍ମାନ’ରେ ସମ୍ମାନୀତ କରାଯାଇଥିବା ବେଳେ ଦେବବ୍ରତ ଚକ୍ର, ଗୀତା ପଟ୍ଟନାୟକ ସଂଜୟ ଜୟସିଂ, ଲାବଣ୍ୟ ନାୟକ, କାଶିନାଥ ସାହୁ, ମନୋଜ କୁମାର ଆଚାର୍ଯ୍ୟ, ଆଶାଲତା ପାଣ୍ଡବ, ଚକ୍ରଧର ରାଉତ, ଅରୁଣାକର ମହାପାତ୍ର, ଲୋପାମୁଦ୍ରା ଜେନା, ମମତା ବିଶ୍ୱାଳ ପୁହାଣ, ସ୍ନେହଲତା ନାୟକ, ଉର୍ବଶୀ ପାଣିଗ୍ରାହୀ ଓ ସୁଦର୍ଶନ ମହାପାତ୍ରଙ୍କୁ ‘ବିନ୍ଦୁ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ବାଉରୀବନ୍ଧୁ ସ୍ୱାଗତ ଭାଷଣ, ସଂପାଦକ ଅରୁଣ କୁମାର ବିଶ୍ୱାଳ ବାର୍ଷିକ ବିବରଣୀ ପାଠ, କବୟତ୍ରୀ ସ୍ୱପ୍ନା ବେହେରା କାର୍ଯ୍ୟକ୍ରମ ସଂଚାଳନା ଓ ଯୁଗ୍ମ ସଂପାଦକ ଭକ୍ତ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.