Breaking

ମୁଣ୍ଡ ନୂଆଇଲା ପାକିସ୍ଥାନ : ଆସନ୍ତାକାଲି ମୁକ୍ତହେବେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ

0

ନୂଆଦିଲ୍ଲୀ:ଭାରତର କଡା ଆଭିମୁଖ୍ୟ ଓ ଆନ୍ତର୍ଜାତୀୟ ଚାପ ଆଗରେ ହାର ମାନିଛି ପାକିସ୍ଥାନ। ଶେଷରେ ବାଟ ନପାଇ ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଛି ପାକିସ୍ତାନ୍ । ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବାନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଘୋଷଣା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଆମେ ଶାନ୍ତି ଚାହୁଁଛୁ ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଶାନ୍ତିବଜାୟ ରଖିବା ପାଇ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିବ ପାକିସ୍ତାନ । ଗତକାଲି ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବା ପରେ ସମଗ୍ର ଦେଶ ଭୟଭୀତ ଥିବାବେଳେ ପୁନର୍ବାର ଇମ୍ରାନ ଶାନ୍ତି କଥାବାର୍ତା ପାଈ ପ୍ରସ୍ତାବ ଦେଇଥିଲେ । କିପରି ଅଭିନନ୍ଦନ ଭାରତ ଫେରିବେ ସେନେଇ ଘନଘନ ବୈଠକ ଓ ରଣନୀତି ପ୍ରସ୍ତୁତ ହେଉଥିବାବେଳେ ଆସିଛି ଇମ୍ରାନଙ୍କ ତରଫରୁ ଆସ୍ବସ୍ଥିକର ଖବର। ଅଭିନନ୍ଦନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ଦେଶବ୍ୟାପୀ ଦାବି ହେଉଥିବା ବେଳେ ସୁରକ୍ଷିତ ପ୍ରତ୍ୟାବର୍ତନ ଆଶା ସହ ଅଭିନନ୍ଦନଙ୍କୁ ସ୍ବାଗତ ପାଈ ସମସ୍ତଙ୍କ ଅପେକ୍ଷା।

loading...

Leave A Reply

Your email address will not be published.