Breaking

ଜାଣନ୍ତୁ ଆଦର୍ଶ ଆଚରଣ ବିଧି କଣ ?

0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ତାରିଖ ଆଜି ସନ୍ଧ୍ୟା ୫ଟାରେ ଘୋଷଣା କରାଯାଇଛି। | ଏହାସହିତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଗଲା | ଶାସନରେ ଥିବା ଦଳ ପାଇଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ଏକ ବଡ ଘଟଣା | କାରଣ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୌଣସି ଦଳ ଭୋଟରଙ୍କୁ ଲୋଭ ଦେଖାଇ ପାରିବ ନାହିଁ |

ଜାଣନ୍ତୁ କଣ ନିର୍ବାଚନୀ ଆଚାର ସଂହିତା :

ନିର୍ବାଚନୀ ଆଦର୍ଶ ଆଚରଣ ବିଧି ନିର୍ବାଚନ ଆୟୋଗ ତିଆରି କରିଥାନ୍ତି | ନିର୍ବାଚନ ଆୟୋଗ ତିଆରି କରିଥିବା ନିୟମ ସମସ୍ତ ଦଳ ଏବଂ ପ୍ରାର୍ଥୀଙ୍କୁ ପାଳନ କରିବାକୁ ହୋଇଥାଏ | ଏହି ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ | ନିୟମ ଉଲଂଘନ କଲେ ନିର୍ବାଚନ ଲଢ଼ିବା ରଦ୍ଦ କରାଯାଇପାରେ | ପ୍ରାର୍ଥୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥାଏ | ଯାହାଫଳରେ ପ୍ରାର୍ଥୀଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ |

ନିର୍ବାଚନ ବେଳେ କୌଣସି ମନ୍ତ୍ରୀ ସରକାରୀ ଗସ୍ତକୁ ନିର୍ବାଚନ ଉପଲକ୍ଷେ ବ୍ୟବହାର କରିପାରିବେ ନାହିଁ | ଏପରିକି ଶାସନରେ ଥିବା କୌଣସି ନେତା ସରକାରୀ ଗାଡି ଏବଂ ଭବନ ନିର୍ବାଚନ ପାଇଁ ବ୍ୟବହାର କରିପାରିବେ ନାହିଁ |

କେନ୍ଦ୍ର ସରକାର ହୁଅନ୍ତୁ କି କୌଣସି ପ୍ରଦେଶ ସରକାର, କୌଣସି ପ୍ରକାର ଘୋଷଣା କରିପାରିବେ ନାହିଁ କି କୌଣସି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଲୋକାର୍ପଣ କରିପାରିବେ ନାହିଁ |

କୌଣସି ସରକାରୀ ଦଳକୁ ବିଶେଷ ଲାଭ ମିଳିଲା ଭଳି ଖର୍ଚ୍ଚ ସରକାରୀ ପାଣ୍ଠିରୁ କରାଯିବ ନାହିଁ | ଏଥିରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥାନ୍ତି |

ପ୍ରାର୍ଥୀଙ୍କୁ ରେଲିଂ କିମ୍ବା ଜନସଭା କରିବା ପାଇଁ ନିର୍ବାଚନ ଆୟୋଗ ଠାରୁ ଅନୁମତି ନେବାକୁ ପଡିଥାଏ | ଏନେଇ ନିକଟତର ଥାନାରେ ସୂଚନା ମଧ୍ୟ ଦେବାକୁ ପଡିଥାଏ | ଜନସଭା ପାଇଁ ନିର୍ଧାରିତ ସ୍ଥାନ ଏବଂ ସମୟ ସୂଚନା ପୋଲିସ ଅଧିକାରୀଙ୍କୁ ଦେବାକୁ ହୋଇଥାଏ |

କୌଣସି ଦଳ ବା ପ୍ରାର୍ଥୀ ଏମିତି କୌଣସି କାମ କରିପାରିବେ ନାହିଁ ଯେଉଁଥିପାଇଁ କୌଣସି ଜାତି, ଧର୍ମ, ଭାଷା କିମ୍ବା ସମ୍ପ୍ରଦାୟ ମଧ୍ୟରେ ମତଭେଦ ବା ଘୃଣା ଭାବ ସୃଷ୍ଟି ହେବ |
ଭୋଟ ପାଇଁ ଲାଞ୍ଚ ଦେବା, ଭୋଟରଙ୍କୁ ହଇରାଣ ହରକତ କରିବା ପ୍ରାର୍ଥୀଙ୍କ ପାଇଁ ମାହାଙ୍ଗା ପଡିଥାଏ | ଏଭଳି କଲେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି |

କାହାର ଅନୁମତି ବିନା ନିର୍ବାଚନ ପାଇଁ ତାଙ୍କ ଜମି ବ୍ୟବହାର କରିପାରିବେ ନାହିଁ | ନିର୍ବାଚନ ଦିନ ଭୋଟ କେନ୍ଦ୍ର ଠାରୁ ୧୦୦ ମିଟର ଭିତରେ ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ | ଏହାସହ ନିର୍ବାଚନ ଗୋଟିଏ ଦିନ ପୂର୍ବରୁ କୌଣସି ଦଳ ବା ପ୍ରାର୍ଥୀକୁ ବୈଠକ ବା ସଭା କରିପାରିବେ ନାହିଁ |

loading...

Leave A Reply

Your email address will not be published.