Breaking

କଟକଣା ଭିତରେ ହେବ ସ୍ନାନଯାତ୍ରା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନାକୁ ନେଇ ରଥଯା୍ତ୍ରା ଓ ଅନ୍ୟାନ୍ୟ ନିତିକାନ୍ତି ଉପରେ କଟକଣା ଲଗାଯାଇଛି। ତେବେ ଏ ନେଇ ଏକ ଖୁସି ଖବର ଆସିଛି।ଏହି ସମୟରେ ଶ୍ରୀମନ୍ଦିର ଭିତରେ କରୋନା କଟକଣାରେ ହେବ ସ୍ନାନଯାତ୍ରା । କାଲି ଦଇତାପତି ନିଯୋଗର ବସିଥିବା ଗୁରୁତ୍ୱପୂର୍ଣ ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଜି ପୁଣି ଦଇତାପତି ନିଯୋଗ ପକ୍ଷରୁ ଆଉଏକ ବୈଠକ ବସିଥିଲା ।
ସେହି ବୈଠକରେ ଜଗନ୍ନଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ ପାଖରେ କେତେ ବାଡ଼ଗ୍ରାହି ରହିବେ ସେନେଇ ନିଷ୍ପତ୍ତି ହୋଇଛି । ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଓ ଅଣସର ନୀତି କରିବେ ବାଡଗ୍ରାହୀଙ୍କ ସମେତ ୧୫୦ଜଣ ଦଇତାପତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ୬୦ଜଣ, ବଳଭଦ୍ରଙ୍କ ବାଡରେ ୫୦ଜଣ, ଦେବୀ ସୁଭଦ୍ରାଙ୍କ ବାଡରେ ୩୦ ଜଣ ଓ ସୁଦର୍ଶନଙ୍କ ବାଡରେ ୧୦ଜଣ ସେବାୟତ ନୀତି ସଂପାଦନ କରିବେ ବୋଲି ନିଯୋଗ ପକ୍ଷରୁ ସ୍ଥିର କରାଯାଇଛି । ଏଖବର ନିଶ୍ଚିତ ରୂପେ ଭକ୍ତଙ୍କ ମନରେ ଖୁସି ସଂଚାର କରିଛି।

loading...

Leave A Reply

Your email address will not be published.