Breaking

ଗଣ ପର୍ବ ‘ନୂଆଁଖାଇ’ ପାଇଁ ବାହାରିଲା ଲଗ୍ନ ! ସକାଳ ୮ଟା ୧୦ରେ ଲାଗିହେବ ନବାନ୍ନ

0

ସମ୍ବଲପୁର:ପଶ୍ଚିମ ଓଡିଶାର ପ୍ରସିଦ୍ଧ କୃଷିଭିତିକ ପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି ।ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ସମସ୍ତେ ନୂଆ ଖାଇବେ । ବ୍ରହ୍ମପୁରା ପଣ୍ଡିତ ମଣ୍ଡଳୀ ତରଫରୁ ଏହି ଲଗ୍ନ ଧାର୍ୟ୍ୟ କରାଯାଇଛି । ସେପ୍ଟେମ୍ବର ୧୪ରେ ନବାନ୍ନ ଲାଗି ପାଇଁ ଦିନ ଧାର୍ୟ୍ୟ ହୋଇଛି । ଏହି ନବାନ୍ନ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ । ଏହାକୁ ଦିନ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ଠାକୁରାଣୀଙ୍କ ନିକଟରେ ଲାଗି କରାଯିବ । ଲଗ୍ନ ନିର୍ଦ୍ଧାରଣ ସମୟରେ କମିଟିର ପଣ୍ଡିତ ଅମରନାଥ ମିଶ୍ର, ପଣ୍ଡିତ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର, ମହେନ୍ଦ୍ର ପୂଜାରୀ, ପଣ୍ଡିତ କମଳାକାନ୍ତ ମିଶ୍ର, ଶୈଳେନ୍ଦ୍ର ପୂଜାହାରୀ, ପଣ୍ଡିତ ସୁରେଶ ଚନ୍ଦ୍ର ହୋତା, ପଣ୍ଡିତ ଗୋପୀନାଥ ପଣ୍ଡା, ଶ୍ରୀ କୃଷ୍ଣ ପାଣିଗ୍ରାହୀ, ଶ୍ରୀ କୁମାର ମିଶ୍ର, ସୁଶାନ୍ତ ପୁରୋହିତ, ପ୍ରାଣ ରଂଜନ ପଣ୍ଡା ଆଦି ଉପସ୍ଥିତ ଥିଲେ।

loading...

Leave A Reply

Your email address will not be published.