Breaking

ପ୍ରେମରେ ଉବୁଟୁବୁ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ! ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ କରୁଛନ୍ତି ଡେଟ୍

0

ମୁମ୍ବାଇ:ଟିମ୍ ଇଣ୍ଡିଆ’ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି, ‘ଲଞ୍ଚ୍‌ ବକ୍ସ୍‌’ ଏବଂ ‘ଏୟାର୍‌ ଲିଫ୍ଟ୍‌’ ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିବା ନିମ୍ରିତ୍‌ କୌର୍‌। ଶୁଣିବାକୁ ମିଳୁଛି, ୩୬ବର୍ଷୀୟ ନିମ୍ରିତ୍‌ ଗତ ୨ବର୍ଷ ହେଲା, ରବି ଶାସ୍ତ୍ରୀଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ।

କିନ୍ତୁ ଏହି ରିଲେସନ୍‌ସିପ୍‌ ଖବରକୁ ଉଭୟ ଶାସ୍ତ୍ରୀ ଓ ନିମ୍ରିତ୍‌ ମିଡିଆଠାରୁ ଦୂରେଇ ରଖିଛନ୍ତି । ୨୦୧୨ରେ ରବି ଶାସ୍ତ୍ରୀ ତାଙ୍କ ଧର୍ମପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ସେତେବେଳେ ନିମ୍ରିତ୍‌ ବି ସିଙ୍ଗଲ୍‌ ଥିଲେ। ୨୦୧୫ରେ ଏକ ଜର୍ମାନ ଲଗ୍‌ଜୁରୀ କାର୍‌ ଲଞ୍ଚିଂ ବେଳେ ଏ ଦୁହିଁଙ୍କର ପରସ୍ପର ସହ ଭେଟ ହୋଇଥିଲା । ଏହି ଇଭେଣ୍ଟ୍‌ ପରଠାରୁ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଇଥିଲା ବୋଲି ଶୁଣିବାକୁ ମିଳୁଛି।ତେବେ ଏହି ରିଲେସନ୍‌ସିପ୍‌ ସମ୍ପର୍କରେ ଏପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଅବା ନିମ୍ରିତ୍‌ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।ତେବେ ଏହି ସମ୍ପର୍କ ବିଛେଦରେ କି ବିବାହରେ ପରିଣତ ହେବ ତାହା ସମୟ ଆସିଲେ ଜଣା ପଡିବ ।

loading...

Leave A Reply

Your email address will not be published.