Breaking

ଅବକାରୀ ବିଭାଗ ଧରିଲା ୧୦ ଲକ୍ଷର ଧଳା ଜହର

0

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରୁ ଅବକାରୀ ବିଭାଗ ସୋମବାର ଦିନ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି ।ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଅବକାରୀ ବିଭାଗ କ୍ଷୀରୋଦ ସାହୁ ନାମକ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଲକ୍ଷ୍ମୀସାଗର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଜଣେ ନିଶା ବେପାରୀକୁ ଗିରଫ କରିବା ସହ ତା’ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ।
ଏସମ୍ପର୍କରେ ଅବକାରୀ ବିଭାଗ କ୍ଷୀରୋଦକୁ ପଚରାଉଚରା ଜାରି ରଖିଥିବା ସୁତ୍ରରୁ ପ୍ରକାଶ ।ତେବେ ଲକ୍ଷ୍ମୀସାଗର ଛକରେ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ବିଭାଗ ଚଢାଉ କରିଥିବା ନେଇ ସୂଚନା ମିଳିଛି ।

loading...

Leave A Reply

Your email address will not be published.