Breaking

ଆପୋସ୍ ମାଧ୍ୟମରେ ଭାଇଚାରାରେ ବାନ୍ଧି ହେବେ ପୋଲିସ ଓ ବସ୍ତି ବାସିନ୍ଦା

0

ଭୁବନେଶ୍ବର: (ସୁକାନ୍ତ ରାଉତ)ଆଉ ମିଳିବନାହିଁ ଧଳା ଜହର , ନାଲି କି ଧଳା ନିଶା ପାଣି, ଦେଖିବାକୁ ପଡିବନି ଚୋର ପୁଲିସ ର ଲୁଚକାଳି ଖେଳ । ଆପୋସ୍ ମାଧ୍ୟମରେ ଭାଇଚାରା ମନ୍ତ୍ରରେ ବାନ୍ଧି ହେବେ କମିଶନରେଟ୍ ପୋଲିସ ଓ ବସ୍ତି ବାସିନ୍ଦା । ପୋଲିସ
ଆପେ ଆପେ ପହଞ୍ଚିବ ବସ୍ତି ଅଞ୍ଚଳରେ ଥିବା କ୍ଲବଘରେ । ପିଲାଙ୍କ ସହିତ ମିଶି ବିଭିନ୍ନ ଖେଳ ସହିତ ସଚେତନତା ସୃଷ୍ଟି କରିବ ନିଶା ଠାରୁ ଦୂରରେ ରହିବା ପାଇଁ । ଏଭଳି ଏକ ଯୋଜନା ହାତକୁ ନେବ କମିଶନରେଟ୍ ପୋଲିସ । ଯାହାର ନା ରଖାଯାଇଛି ଆପୋସ୍ । ଏହାକୁ ଉଦ୍ଘାଟନ କରିବେ ପୋଲିସ ମହାନିର୍ଦ୍ଦେଶକ ଆର୍ ପି ଶର୍ମା ।
ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସହିତ ଏକ ଟିମ୍ ସାଲିଆସାହିରେ ବିଭିନ୍ନ କ୍ଲବ,କର୍ପୋରେଟର,ମୁରବି ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିରେ ପ୍ରେମାନନ୍ଦ ଜନା , ଲିଟୁ ଙ୍କ ସହିତ ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.