Breaking

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୩୮ଟି ଆହାର କେନ୍ଦ୍ର ଉଦଘାଟିତ

0

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟବ୍ୟାପୀ ସୁଲଭ ଭୋଜନ ନିମନ୍ତେ ସହରମାନଙ୍କରେ ୩୮ଟି ନୂତନ ଆହାର କେନ୍ଦ୍ର ଉଦଘାଟନ କରିଛନ୍ତି ।
ଏହାକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକମାନଙ୍କୁ ଏକ ସ୍ୱଚ୍ଛ ତଥା ସ୍ୱାସ୍ଥ୍ୟକର ବାତାବରଣରେ ଉନ୍ନତ ମାନଦଣ୍ଡର ସୁଲଭ ଭୋଜନ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଆହାର ଯୋଜନା ମାଧ୍ୟମରେ ଦୈନିକ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରୁଛନ୍ତି ।
ନୂତନ ବ୍ୟବସ୍ଥା ସହିତ ଏବେ ୧୧୪ଟି ସହରାଞ୍ଚଳରେ ଥିବା ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକ ଭୋଜନ ଖାଇ ପାରୁଛନ୍ତି । ରାଜ୍ୟର ୫୭ଟି ହସ୍ପିଟାଲ କ୍ୟାମ୍ପସରେ ଏହି ଆହାର କେନ୍ଦ୍ର ମଧ୍ୟ ସଫଳତାର ସହିତ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଆହାର ଯୋଜନା ଏପ୍ରିଲ ୧ ତାରିଖ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା । ଏହି ଆହାର ଭୋଜନର ପ୍ରକୃତ ମୂଲ୍ୟ ୨୦ ଟଙ୍କା ହୋଇଥିବା ବେଳେ ଲୋକମାନଙ୍କୁ ମାତ୍ର ୫ ଟଙ୍କା ପଇଠ କରିବାକୁ ପଡୁଛି ।ଏହି ଭୋଜନ ସମସ୍ତ ଆହାର କେନ୍ଦ୍ର ଗୁଡ଼ିକରେ ରବିବାର ବ୍ୟତୀତ ପ୍ରତିଦିନ ଦିବା ୧୧ଟା ଠାରୁ ୩ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି । ତେବେ ହସ୍ପିଟାଲ ମାନଙ୍କରେ ରହିଥିବା ଏହି ଆଧାର କେନ୍ଦ୍ର ଗୁଡ଼ିକରେ ରାତି ୭ଟା ଠାରୁ ୯ଟା ପର୍ଯ୍ୟନ୍ତ ଭୋଜନ ଯୋଗାଇ ଦିଆଯାଉଛି ।

loading...

Leave A Reply

Your email address will not be published.