Breaking

ଆସୁଛନ୍ତି ଚାଣକ୍ୟ

0

ଭୁବନେଶ୍ବର:ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ୍ ସାହା। ନିର୍ବାଚନ ପାଖେଇ ଆସୁଥିବାରୁ ରାଷ୍ଟ୍ରିୟ ଅଧକ୍ଷଙ୍କ ଏହି ଗ୍ରସ୍ତ ରାଜ୍ୟ ରାଜନୀତିକୁ ଅଧିକ ଉଷ୍ଣ କରିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କୁ ନେଇ ମୋଦିଙ୍କ ପରି ନରମ ରହିବେ କି ଗରମ ହେବେ ତାହା ଜାଣିବା ପାଇଁ ରାଜନୈତିକ ମହଲରେ ଉତ୍ସାହ ରହିଛି ।ପୂର୍ବରୁ ଓଡିଶା ଗସ୍ତ ସମୟରେ ଅମିତ ଶାହା ଅନେକବାର ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।ଏପରିକି ବିଜେଡି ସରକାରକୁ କଟାକ୍ଷ କରିବା ସହ ଏହାକୁ ୨୦୧୯ ନିର୍ବାଚନରେ ଉପାଡି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ କର୍ମୀ ମାନଙ୍କୁ ଆହ୍ନାନ ଦେଇଥିଲେ । ଆଉ ଏହାସହ ଓଡିଶାରେ ମିଶନ-୧୨୦ର ମଞ୍ଜି ମଧ୍ୟ ବୁଣିଥିଲେ । କିନ୍ତୁ ସମୟ ବଦଳିବା ସହ ବିଜେପିର ଆଭିମୁଖ୍ୟ ମଧ୍ୟ ବଦଳିଛି । ୨୦୧୯ ନିର୍ବାଚନ ବିଜେପି ପାଇଁ ସହଜ ହେବ ନାହିଁ ବୋଲି ସର୍ଭେ ରିପୋର୍ଟ କହୁଛି । ରାଜନିତିକ ଉଷ୍ଣତା ଭିତରେ ସାହ ଙ୍କ ଗ୍ରସ୍ତ କୁ ନେଇ ଗେରୁଆ ଶିବିର ରେ ଉତ୍କଣ୍ଠା ଥିବାବେଳେ ରାଜନୀତିକୁ ନେଇ ଚାଣକ୍ୟଙ୍କ କଣ ରଣନୀତି ରହିବ ତାହାକୁ ସମସ୍ତଙ୍କ ଅପେକ୍ଷା।

loading...

Leave A Reply

Your email address will not be published.