Breaking

ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ କଳିଙ୍ଗ ସାମ୍ବାଦିକ ସଂଘର ଧାରଣା

0

ଭୁବନେଶ୍ୱର: ଓଡିଶାରେ ଆଗଧାଡିରେ ରହି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାର ଓ ଜନସାଧାରଣଙ୍କ ହିତରେ ଖରା,ବର୍ଷା,ଶୀତ, ଟେକା ପଥରକୁ ଖାତିର ନକରି ନିଜର ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ପ୍ରମେୟ ଖବରକାଗଜର କାର୍ଯ୍ୟରତ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣର ୪୮ଘଣ୍ଟା ନ ପୁରୁଣୁ ବଲାଙ୍ଗିରରେ ସମାଜ ଖବରକାଗଜର ପ୍ରସାର ନିର୍ବାହୀଙ୍କୁ ହତ୍ୟା କରାଯାଇଛି ।କାର୍ଯ୍ୟରତ ସାମ୍ବାଦିକମାନେ ବର୍ତ୍ତମାନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କ ମୃତ୍ୟୁ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଉ । ମୃତ୍ୟୁବରଣ କରିଥିବା ସାମ୍ବାଦିକ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା ସହିତ ଥଇଥାନ କରାଯାଉ, ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମଜି ଠାରେ ଧାରଣା ଦେବା ସହିତ ଦୃଢ଼ ପ୍ରତିବାଦ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟର ମାଧ୍ୟମରେ ଏକ ସ୍ମାରକପତ୍ର ପଠାଯାଇଛି । ଏହା ତୁରନ୍ତ କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ସଂଘ ଆମରଣ ଅନଶନ କରିବ ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ସୁକାନ୍ତ ରାଉତ,ଉପସଭାପତି ନିରଂଜନ ରେଡ୍ଡୀ, ସ୍ମରଜିତ୍ ଆର୍ଯ୍ୟ,ସଂପାଦକ ବିଦ୍ୟାଧର ବାରିକ,କୋଷାଧ୍ୟକ୍ଷ ଗୌରୀପ୍ରସାଦ ମହାନ୍ତି, ଭୁବନେଶ୍ୱର ସଭାପତି ମନୋରଂଜନ ମିଶ୍ର, ସଂପାଦକ ସୌଭାଗ୍ୟ ରଂଜନ ମହାନ୍ତିଙ୍କ ସହିତ ସଂଘର ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.