Breaking

ଶ୍ରୀକ୍ଷେତ୍ରରେ ଶାହା

0

ଭୂବନେଶ୍ବର:ପୁରୀରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା ।ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ସାମିଲ ହେବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ ଶାହା ।ଭୁବନେଶ୍ୱରରେ ପହଂଚିବା ପରେ ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ଭବ୍ୟ ସ୍ବାଗତ ଜଣାଇଛନ୍ତି ।ତେବେ ସମାବେଶରେ ଯୋଗ ଦେବା ପୂର୍ବରୁ ପ୍ରଥମେ ଶାହା ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିି। ଏନେଇ ପୁରୀରେ ସୁରକ୍ଷା କଡା ସୁରକ୍ଷା ବଳୟ ମଧ୍ୟ କରାଯାଇଥିଲା। ଏହା ପରେ ତାଳବଣିଆ ପଡିଆରେ ଜନଜାତିଙ୍କ ପାଇଁ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିଥିଲେ ଶାହା । ସାଲେପୁରରେ ଯାହା ଶ୍ରୀକ୍ଷେତ୍ରରେ ମଧ୍ୟ ବିରୋଧିଙ୍କ ବିପକ୍ଷରେ ବିଷ ଓଗାଳିଲେ ଶାହା । ପୁରୀ ଅଧିବେଶନରେ ବିଜେଡି ଓ କଂଗ୍ରେସକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ସାଲେପୁର ଭଳି ଶ୍ରୀକ୍ଷେତ୍ରରେ ମଧ୍ୟ ଆଟାକିଙ୍ଗ ମୁଡରେ ନଜର ଆସିଛନ୍ତି ବିଜେପି ହାଇକମାଣ୍ଡ। ଦାନ ମାଝିଙ୍କ କଥା ଉଠାଇ ଜନଜାତିଙ୍କ ଅବସ୍ଥା ଓଡିଶାରେ କିଭଳି ରହିଛି ତାହାର ଉଦାହରଣ ରଖିଥିଲେ ଅମିତ ଶାହା । ଆଉ ବେଜେଡିକୁ ଆକ୍ଷେପ କରି ୨୦୧୯ରେ ପୋଡା ଟ୍ରାନ୍ସଫର୍ମର ପାଲଟି ଯାଇଥିବା ବିଜେଡି ସରକାରକୁ ଉପାଡି ଫିଙ୍ଗି ଦେବା ସହ ବିଜେପିକୁ ସରକାରକୁ ଆଣିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ଚାଣକ୍ୟ । ଶାହାଙ୍କ ଏଭଳି ଆଟାକ୍ ଦଳିୟ କର୍ମିଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି।ଅଧିବେଶନ ଆରମ୍ଭରୁ ଉଭୟ ବିଜେଡି ଓ କଂଗ୍ରେସ ଉପରେ ହମଲା କରିଛନ୍ତି ଶାହା । ୨୦୧୯ରେ ୧୯ ବର୍ଷର ସରକାରକୁ ସମାପ୍ତ କରିବାକୁ ବିଜେପି କର୍ମୀ ମାନଙ୍କୁ ଶାହା ମନ୍ତ୍ର ଦେଇଥିବା ବେଳେ ଏହା ରାଜ୍ୟ ରାଜନୀତିକୁ ପୁଣି ଥରେ ଉଷ୍ମ କରିଛି । ଆଗାମୀ ନିର୍ବାଚନରେ ଓଡିଆ କହିପାରୁଥିବା ମୁଖ୍ୟମନ୍ତ୍ରୀ ବାଛିବାକୁ କହି ନବୀନଙ୍କୁ କାଉଣ୍ଟର କରିଛନ୍ତି ଶାହା । ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷା କଥା କହି ନବୀନ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ଶାହା । ଘନଘନ ଆଟାକ ସାଙ୍ଗକୁ ଶାହାଙ୍କ ମାରାଥାନ୍ ଓଡିଶା ଗ୍ରସ୍ଥ ଗେରୁଆ ଭୋଟ ବ୍ୟାଙ୍କ ଉପରେ କି ପ୍ରଭାବ ପକାଇବ ତାହାକୁ ଅପେକ୍ଷା।

loading...

Leave A Reply

Your email address will not be published.