ଭୂବନେଶ୍ବର:ଅବସର ବିଧାନସଭାର ଶେଷ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସ୍ୱାସ୍ଥ୍ୟ, ଭିତିଭୂମି, କୃଷି , ଗମନାଗମନ, ଶିକ୍ଷା ଓ ଅଭିବୃଦ୍ଧିରେ ଓଡିଶା ଆଗ୍ରଗତି କରିଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ପାଇ ଏକ ବିକାଶର ମଡେଲ କହିବା ସହ ଚାଷୀଙ୍କ ବିକାଶରେ ସହାୟକ ହେବ ବୋଲି ନିଜ ଅଭିଭାଷଣରେ କହିଛନ୍ତି। ସେପଟେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଛି କଂଗ୍ରେସ ।ନିର୍ବାଚନ ପୂର୍ବରୁ ବିଧାନସଭାର ଶେଷ ଅଧିବେସନରେ ସରକାରଙ୍କ ବିକାଶର ସୁନେଲି ଚିତ୍ର ଉପସ୍ଥାପନ କରିଛନ୍ତି ରାଜ୍ୟପାଳ । ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟ ରାଜ୍ୟମାନଙ୍କ ମଡେଲ ପାଲଟିଛି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁଁ ୫ଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି ଓଡିଶା ସରକାର । ସ୍ମାର୍ଟ ସିଟି ତାଲିକାରେ ପ୍ରଥମରେ ରହିଛି ଓଡିଶା ।ତେବେ ରାଜ୍ୟପାଳଙ୍କ ରାଜ୍ୟ ସରକାରଙ୍କ ପ୍ରତି ପ୍ରସଂସାକୁ ସହଜରେ ହଜମ କରି ପାରି ନାହାନ୍ତି ବିରୋଧି। ଗୃହବାହାରେ ରାଜ୍ୟପାଳଙ୍କ ଅଭିଭାଷଣକୁ କଡା ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେହିପରି ବିଜେପି କହିଛି ସରକାରଙ୍କ କଥା କହିଛନ୍ତି ରାଜ୍ୟପାଳ । ଆସନ୍ତା ୭ ତାରିଖରେ ଗୃହରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର ।ନିକଟରେ କେନ୍ଦ୍ର ସରକାରଙ୍କର ବଜେଟ ଉପସ୍ଥାପିତ ହୋଇଛି।ତେଣୁ ବଜେଟକୁ ନେଇ ନିଶ୍ଚିତ ରୂପେ ଚାପରେ ରହିବେ ରାଜ୍ୟ ସରକାର।ନିକଟରେ ନିର୍ବାଚନ ଥିବାରୁ ଗୃହରେ ରାଜ୍ୟପାଳଙ୍କ ପ୍ରସଂସା ନିଶ୍ଚିତ ରୂପେ ଶାଷକ ଦଳର କାର୍ଯ୍ୟକାରିତା ଉପରେ ଜନସାଧାରଣଙ୍କ ବିଶ୍ବାଷନିୟତାକୁ ଅଧିକ ମଜଭୁତ କରିବ ବୋଲି ଆଶା କରାଯାଉଛି।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story