Breaking

ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗରିବ ଛାତ୍ରୀଙ୍କୁ ସିଲେଇ ମେସିନ ପ୍ରଦାନ

0

ଭୁବନେଶ୍ବର: ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟ ଓ ଓଡିଶା ସରକାରଙ୍କର “କୌଶଳ ବିକାଶ ଓ ପ୍ରଯୁକ୍ତି ଶିକ୍ଷା ବିଭାଗ “ର ମିଳିବ ସହଯୋଗରେ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି କ୍ରମେ ଭୂବନେଶ୍ବର ୟୁନିଟ୍-6 ବାଳକ ବିଦ୍ୟାଳୟ ଠାରେ ହୋଷ୍ଟେଲରେ ରହୁଥିବା ପ୍ରାୟ 60 ଜଣ ଗରୀବ ଛାତ୍ରୀଙ୍କୁ ନାରୀ ସଶକ୍ତିକରଣର ଲକ୍ଷ୍ୟ ହାସଲ ପାଇଁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରେଇବା ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମ ପାଇଁ ଶ୍ରୀଯୁକ୍ତ ବୈଭବ ମିଶ୍ର ମହାଶୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମଧୁସୂଦନ ମଲ୍ଲିକ ତଥା ଅନ୍ୟାନ୍ୟ କର୍ମଚାରୀ ,ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟର ଶ୍ରୀମତୀ ସାଗରିକା ଶତପଥୀ,ଶ୍ରୀମତୀ ସୂଚୀ ଗୁପ୍ତା,ଶ୍ରୀ ଅରୁଣ ପ୍ରସାଦ ସାହୁ ,ଶ୍ରୀମତୀ ସୁଜାତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ସଂସ୍ଥା ଦ୍ବାରା ଭବିଷ୍ୟତରେ ଅନ୍ୟମାନଙ୍କ ସହାୟତାରେ ଅଧିକ ସଂଖ୍ୟକ ଛାତ୍ରୀଙ୍କୁ ସିଲେଇ ମେସିନ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

loading...

Leave A Reply

Your email address will not be published.