ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବା ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର। ଆସନ୍ତା ଏପ୍ରିଲ ୧୧ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।ତେବେ ଓଡ଼ିଶା ବିଧାନସଭା ଏବଂ ଲୋକସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ରେ ୪ଟି ଲୋକସଭା ଓ ୨୮ ଟି ବିଧାନସଭା ଆସନ,ଦ୍ବିତୀୟ ପର୍ଯ୍ୟାୟରେ
୧୮ଏପ୍ରିଲରେ ୫ଟି ଲୋକସଭା ଏବଂ ୩୫ ଟି ବିଧାନସଭା ଆସନ, ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ ରେ ୬ ଟି ଲୋକସଭା ଏବଂ ୪୨ ଟି ବିଧାନସଭା ଆସନ, ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ରେ ୬ ଟି ଲୋକସଭା ଏବଂ ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତେବେ ଭୋଟ ଗଣନା ଆସନ୍ତା ମେ ୨୩ ରେ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ସୂଚନା ଦେଇଛନ୍ତି। ଆଗାମୀ ନିର୍ବାଚନରେ ୮୯ କୋଟି ୭୧ ଲକ୍ଷ ଭୋଟର ଅଂଶଗ୍ରହଣ କରିବେ। ସେଥି ମଧ୍ୟରୁ ପୁରୁଷ ଭୋଟର ୪୬ କୋଟି ୫୦ ଲକ୍ଷ,ମହିଳା ଭୋଟର ୪୩ କୋଟି ୨୦ ଲକ୍ଷ ଏବଂ ଥାର୍ଡ ଜେଣ୍ଡର ୩୩ ହଜାର ୧୦୯ ମତଦାତା ରହିଛନ୍ତି। ଦେଶର ୧୦ ଲକ୍ଷ 35ହଜାର ୯୩୨ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ।
ଚଳିତ ଥର ପ୍ରଥମ ଥର ପାଇଁ ଇଭିଏମରେ ପ୍ରାର୍ଥୀଙ୍କ ଫଟୋ ସ୍ଥାନ ପାଇବ। ତେବେ ଓଡ଼ିଶାରେ ୩୭ ହଜାର ୬୦୬ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ। ପ୍ରାର୍ଥୀଙ୍କ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ହେଲପ୍ ଲାଇନ ନମ୍ବର ୧୯୫୦ ଜାରି କରାଯାଇଛି। ତେବେ ୨୦୧୪ ରେ ଓଡ଼ିଶାର ବିଧାନସଭା ଏବଂ ୨୧ ଟି ଲୋକସଭା ଆସନ ପାଇଁ ୨ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଟିତ ହୋଇଥିଲା।
Breaking
Coca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to Know