Breaking

ଶଙ୍ଖ ଶିବିରରେ ନଳିନୀ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେଲେ ସାମିଲ

0

ଭୂବନେଶ୍ବର :ବିଜେଡିରେ ଯୋଗଦେଲେ ନଳିନୀକାନ୍ତ । ନବୀନ ନିବାସରେ ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ପ୍ରଶାସକ ନଳିନୀ । ସେପଟେ ସମ୍ବଲପୁର ଲୋକସଭା କିମ୍ବା ଏହା ଅନ୍ତର୍ଗତ ବିଧାନସଭା ଆସନରୁ ନଳିନୀଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ସରଗରମ ହେଉଛି ସମ୍ବଲପୁର ରାଜନୀତି । ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେବା ପରେ ରାଜନୀତିରେ ସାମିଲ ହେବା ପାଇ ମନ ବଳାଇଥିଲେ ନଳିନୀ । ତେବ ବିଧିବଦ୍ଧ ଭାବେ ଆଜି ଶଙ୍ଖ ଧରିଛନ୍ତି ନଳିନୀକାନ୍ତ। ପ୍ରଶାସକଙ୍କ ଯୋଗଦାନ ଦ୍ବାରା ଦଳ ଆହୁରି ମଜବୁତ୍ ହେବ ବୋଲି ମତ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Leave A Reply

Your email address will not be published.