Breaking

ଚାପରେ ପାକ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଚାପରେ ପାକ୍। ଚାରି ଆଡୁ ରାସ୍ତା ବନ୍ଦ ହେବା ପରେ ଲାଗୁଛି ଏବେ ବାଟକୁ ଆସିଛି ପାକିସ୍ତାନ । ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତାବ ରଖିଛି ପାକ୍ । ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନର ପ୍ରସ୍ତାବ । ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ପାକ୍ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ । ଏ ସେହି କ୍ୟୁରେସୀ ଯେ କି କିଛି ଦିନ ତଳେ ଭାରତକୁ ଯୁଦ୍ଧର ଧମକ ଦେଇଥିଲେ । ସେ ଏବେ କହିଛନ୍ତି ଭାରତ ସହିତ ଆଲୋଚନା ପାଇଁ ଆମେ କେବେ ଅରାଜି ନଥିଲୁ । ତେବେ ଏହି ଆଲୋଚନା ପାଇଁ ଭାରତ ଉପଯୁକ୍ତ ବାତାବରଣ ଭାରତ ସୃଷ୍ଟି କରୁନି ।ତୃତୀୟ ପକ୍ଷ ଉପସ୍ଥିତିରେ ଏହି ଆଲୋଚନା କରାଗଲେ ଆମେ ଖୁସି ହେବୁ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି କାଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ଭାରତ ମୁକ୍ତ କରୁ । ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ ହେବା ପର ଠାରୁ ବିଳିବିଳୋଉଛି ପାକିସ୍ତାନ । ଏହା ଭାରତର ଅଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଜାତିସଂଘରେ ପହଁଚିଥିଲା ପାକିସ୍ତାନ । ଅନ୍ତର୍ଜାତୀୟ ସ୍ତରରେ ଏକ ଘରିକିଆ ହୋଇସାରିଥିବା ପାକିସ୍ତାନ, ଜାତିସଂଘରେ ମଧ୍ୟ ଝଟକା ଖାଇଥିଲା ।କାଶ୍ମୀର ପ୍ରସଙ୍ଗକୁ ନେଇ ବାରମ୍ୱାର ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଚାରିଆଡୁ ନିରାଶ ହେବା ପରେ , ଶେଷରେ ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତାବ ରଖିଛି । କିଛି ଦିନ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଥିଲେ ପାକିସ୍ତାନ କାଶ୍ମୀର କଥା ଭୁଲିଯାଉ । ଏହା ଆମର ଅଭିନ୍ନ ଅଂଗ । ଆଗକୁ ଯଦି କଥା ହୁଏ, ତେବେ ତାହା ପିଓକେ ବା ପାକ୍ ଅକୁପାଏଡ୍ କାଶ୍ମୀରକୁ ନେଇ ହେବ । ପାକିସ୍ତାନ ଏହି ପିଓକେକୁ ଆଜାଦ କାଶ୍ମୀର କହୁଛି । ଏହି ଠାରୁ ହିଁ ପାକିସ୍ତାନ ତାର ଅନେକ ଆତଙ୍କବାଦୀ କ୍ୟାମ୍ପ ଚଳାଉଥିବା ଭାରତ ବାରମ୍ୱାର ଅଭିଯୋଗ କରିଆସୁଛି ।

loading...

Leave A Reply

Your email address will not be published.