Breaking

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନବୀନ ଛାଟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରୀ । ପୁଣି ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣଙ୍କ ପେନସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଆହୁରି କଡ଼ାକଡ଼ି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ସୁବିଧା ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେଇଛନ୍ତି ।ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ, ସୁନ୍ଦରଗଡ଼ କୁଆରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ, ବାରିପଦାର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଡାକ୍ତର ଭାଗିରଥୀ ବିଶ୍ୱାଳ, କାମାକ୍ଷାନଗର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜୁନିଅର ଇଞ୍ଜିନିୟର ବସନ୍ତ କୁମାର ପାତ୍ର । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତି ଏକଜ୍ୟୁକ୍ଟିଭ୍ ଅଫିସର ତ୍ରିଲୋଚନ ସେଠ୍ ଏବଂ ବଣାଇଗଡ଼ ବ୍ଲକର ଏକଜ୍ୟୁଟିଭ୍ ଅଫିସର ଅଷ୍ଟମ ପଟେଲ ।ସେହିପରି ପେନସନ୍ ସୁବିଧା ବନ୍ଦ ହୋଇଥିବା ୪ ଜଣ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି, ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଂଜିନିୟର ଗୌତମ ପୃଷ୍ଟି, କଟକ ଡ୍ରେନେଜ୍ ଚିଫ୍ ଇଂଜିନିୟର ରବିନ୍ଦ୍ର ନାରାୟଣ ମହାନ୍ତି, ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ ଓ ବାରିପଦା ଆଇଟିଡିଏର ପୂର୍ବତନ ଜୁନିୟର ଇଂଜିନିୟର ରବି ନାରାୟଣ ମହାନ୍ତି । ତେବେ ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ୧୫ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୨ ପୂର୍ବତନ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦେଇଥିଲେ । ଚଳିତ ମାସରେ ମୋଟ୍ ୨୧ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରାଯିବା ସହ ୬ ଜଣ ଅଧିକାରୀଙ୍କ ପେନସନ୍ ବନ୍ଦ କରାଯାଇଛି ।

loading...

Leave A Reply

Your email address will not be published.