Breaking

ବିଗଡୁଛି ଆର୍ଥିକ ସ୍ଥିିତି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ବିଗିଡ଼ିବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି । ଧିରେ ଧିରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ଭାରତ । କାରଣ ତିନିମାସରେ ତଳକୁ ଖସିଲା ଜିଡିପିର ପାରଦ । କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତର ଜିଡିପି ୫.୮ରୁ ଖସିଆସି ୫ ପ୍ରତିଶତକୁ ଛୁଇଁଛି । ଗତ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବ୍ରେକ ଲାଗିଛି ଯାହାଦ୍ୱାରା ଦେଶର ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯାଇଛି ।ସେପଟେ ଗତବର୍ଷ ପ୍ରକାଶ ପାଇଥିବା ତ୍ରିମାସ ଜିଡ଼ିପି ଥିଲା ୮.୨ ହେଲେ ୨୦୧୮-୧୯ ଆର୍ଥିକ ଜିଡ଼ିପି ଥିଲା ୫.୮ । ଯାହା ବର୍ତ୍ତମାନ ୫ ପ୍ରତିଶତ ରହିଛି । ତେବେ ଗତ ସାଢ଼େ ୬ ବର୍ଷ ମଧ୍ୟରେ ଚୂଡ଼ାନ୍ତ ତ୍ରୈମାସିକର ଅର୍ଥନୈତିକ ଫଳାଫଳ ସର୍ବନିମ୍ନ ବୋଲି କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି ।

loading...

Leave A Reply

Your email address will not be published.