Breaking

ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ‘ଟଙ୍କାବଣ୍ଟା’କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା

0

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ବିଜେଡି ଏବେ ନିଜର ପୁରା ଦମ୍ ଲଗାଇ ଦେଇଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଧାନସଭା ନ ପୂରାଇ ଦେବା ଲକ୍ଷ୍ୟରେ ବିଜେଡି ଏବେ ଅର୍ଥ ଓ କ୍ଷମତା ବଳ ଉପଯୋଗ କରୁଥିବା ସୋଶାଲ ମିଡିଆରେ ଘୁରି ବୁଲୁଥିବା ଫଟୋଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି। ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ ନିଜ ସପକ୍ଷରେ ପ୍ରଚାର କରିବାବେଳେ ସାଧାରଣ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାର ଫଟୋଚିତ୍ର ଏବେ ଫେସବୁକରେ ଘୁରି ବୁଲୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

loading...

Leave A Reply

Your email address will not be published.