Breaking

କାରରେ ୧୭ଟି ଦେଶ ପାରି ହୋଇ ବିଶ୍ୱକପ୍‌ ଦେଖିବାକୁ ପହଞ୍ଚିଲେ ମାଥୁର ପରିବାର

0

ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍‌ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମାଞ୍ଚେଷ୍ଟରରେ। ଆଇସିସି ବିଶ୍ୱକପର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ଦେଖିବାକୁ ୧୭ଟି ଦେଶ ପାର୍‌ ହୋଇ ମାଥୁର ପରିବାର ଷ୍ଟାଡିୟମରେ ପହଞ୍ଚିଛନ୍ତି। ଅନୁପମ ମାଥୁର ଜଣେ ଭାରତୀୟ। ନିଜ ପରିବାରଙ୍କ ସହ ସେ ସିଙ୍ଗାପୁରରେ ରୁହନ୍ତି। ସିଙ୍ଗାପୁରଠାରୁ ଲଣ୍ଡନ ୨୩୦୦୦ କିମି। ଅନୁପମ ନିଜ ପରିବାରର ୭ ସଦସ୍ୟଙ୍କୁ କାର୍‌ରେ ବସାଇ ଲଣ୍ଡନ ଯାତ୍ରା କରିଥିଲେ। ତାଙ୍କୁ ଲଣ୍ଡନରେ ପହଞ୍ଚିବା ପାଇଁ ୭ ସପ୍ତାହ ଲାଗିଯାଇଥିଲା। ସବୁଠୁ ରୋଚକ କଥା ହେଉଛି, ମ୍ୟାଚ୍‌ ଦେଖିବା ପାଇଁ ତାଙ୍କ ପାଖରେ ଟିକେଟ ନ ଥିଲା। ଆଇସିସି ପାଖରେ ଏକଥା ପହଞ୍ଚିବା ପରେ ୪ଟି ସ୍ବତନ୍ତ୍ର ଟିକେଟ ମାଥୁର ପରିବାରକୁ ଯୋଗାଇ ଦିଆଯାଇଥିଲା।

loading...

Leave A Reply

Your email address will not be published.