Breaking

ସ୍ଥିତି ହେବ ସଙ୍ଗିନ୍ :ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

କରୋନା ଭୂତାଣୁ କାୟାରେ କଲବଲ ବର୍ତମାନ ମାନବ ସମାଜ । ତେବେ ଏହି ପରିସ୍ଥିତିରେ ମହାମାରୀ କରୋନାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ ସଂଗଠନ । କରୋନା ଭୁତାଣୁକୁ ନେଇ ବିପଦଜନକ ଧାରା ଦେଖିବାକୁ ମିଳୁଥିବା ବେଳେ ଭାରତରେ ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ଥିବାବେଳେ ଆଫ୍ରିକା, ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ କରୋନା ସଂକ୍ରମଣର ବିପଦଜନକ ସ୍ଥିତିରେଥିବା ଦେଖିବାକୁ ମିଳୁଛି । ତେଣୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କଟକଣା ନହଟାଇବା ପାଇଁ ସାରା ଦୁନିଆକୁ ସତର୍କ କରାଇଛନ୍ତି ଡବ୍ଲୁଏଚଓ ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଏ. ଗେବ୍ରେୟସସ୍ ଗଣମାଧ୍ୟମକୁ କହିଛନ୍ତି କେତେକ ଦେଶରେ ମହାମାରୀ କରୋନାର ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ରହିଛି । ଏହି ମାରାତ୍ମକ ଭୁତାଣୁ ଆମ ସହ ଲମ୍ବା ସମୟ ଧରି ରହିବା ସହ ସମସ୍ତ ଦେଶ ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ ବୋଲି କହିଛନ୍ତି।ଅନ୍ୟ ପକ୍ଷରେ ମଇ ମାସ ଶୁଦ୍ଧା
ପରିସ୍ଥିତି ଅଧିକ ଭୟାନକ ହେବ ବୋଲି ଚେତାଇଛନ୍ତ।

loading...

Leave A Reply

Your email address will not be published.