Breaking

ବିଏମ୍‌ସି ସୁଣିଲାନି ଶେଷରେ ସାମ୍ବାଦିକ ସହାୟତାର ହାତ ବଢ଼ାଇଲେ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଲକ୍ ଡ଼ାଉନ୍ ନେଇ ମାସେ ପୁରିଲା। ଏବେ ଯାଏ ଅନେକ ବାହାର ରାଜ୍ୟ ଶ୍ରମିକ ରାଜଧାନୀର ବିଭିନ୍ନ ସ୍ଥାନରେ ଫସିରହିଛନ୍ତି। ଯେଉଁମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ରାଜଧାନୀରେ ଏହାର ଦାୟୀତ୍ବ ନେଇଛନ୍ତି ବିଏମ୍‌ସି କତୃପକ୍ଷ। ମାତ୍ର ଶ୍ରମିକମାନଙ୍କ ନିକଟରେ ଏଯାବତ ପହଞ୍ଚିପାରିନାହିଁ ଖାଦ୍ୟ ପଦାର୍ଥ। ଫଳରେ ଶ୍ରମିକମାନଙ୍କ ଠିକାଦାର ହାତଛାଡ଼ି ଫେରାର୍ ହୋଇଯାଇଥିବା ବେଳେ ଶ୍ରମିକମାନେ ଭୋକ ଉପାସରେ ହନ୍ତସନ୍ତ ହେଉଛନ୍ତି। ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଧାରକରି ରୋଷେଇ ସାମଗ୍ରୀ ଆଣି କିଛି ଦିନ ଚଳିବାପରେ ଏବେ ଆଉ ବାକିରେ ସାମ୍ରଗୀ ମିଳିବା ବନ୍ଦ ହୋଇଯାଇଛି। ଏପରି ପରିସ୍ଥିତିରେ ମଞ୍ଚେଶ୍ବର ଷ୍ଟେସନ୍ ନିକଟରେ ଫସି ରହିଛନ୍ତି ବିହାରରୁ ଆସିଥିବା ୨୨ଜଣ ଶ୍ରମିକ। ଯେଉଁମାନେ ୱାର୍ଡ଼ ୯ର ପୂର୍ବତନ କର୍ପୋରେଟର୍ ସୂର୍ଯ୍ୟକାନ୍ତି ଜେନା ଓ ତାଙ୍କ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରିକରି ନିରାସ ହୋଇଛନ୍ତି। ଶେଷରେ ସେମାନଙ୍କୁ ବିଏମ୍‌ସି ସହାୟତା ପୂର୍ବକ ଖାଦ୍ୟ ଯୋଗଇବ ବୋଲି କହି ମୁହଁ ମୋଡ଼ିଦେବାପରେ ଆଜି କିଛି ସାମ୍ବାଦିକ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି। ୨୨ଜଣ ଶ୍ରମିକଙ୍କୁ ସରକାରୀ ସହାୟତା ମିଳିନଥିବା ବେଳେ ସାମ୍ବାଦିକମାନେ ନିଜ ହାତଖର୍ଚ୍ଚରୁ ଶ୍ରମିକମାନେ ବେସ୍ କିଛିଦିନ ଚଳିବା ଭଳି ତେଜରାତି ସାମ୍ରଗୀ ଓ ଅନ୍ୟାନ ଖାଦ୍ୟ ଯୋଗାଇଦେଇଛନ୍ତି। ଶ୍ରମିକମାନେ ସାମ୍ବାଦିକଙ୍କୁ ନିଜ ଅସୁବିଧାନେଇ ଅଭିଯୋଗ ଜଣାଇଥିବା ବେଳେ ପ୍ରଥମେ ସେମାନଙ୍କ ଭୋକିଲା ‌ପେଟକୁ ଖାଦ୍ୟ ପହଞ୍ଚାଇବା ‌ପାଇଁ ମନବଳାଇଥିଲେ। ଯାହାନେଇ ସାମ୍ବାଦିକ ସ‌ୌଭାଗ୍ୟା ପରିଡ଼ା ଓ ବିଦ୍ୟାଧର ବାରିକଙ୍କ ସହ ସହଯୋଗୀ ମାନସୀ ଶତପଥୀ, ନଳିନୀକାନ୍ତ ମହାନ୍ତି ଓ ଅସୁପ୍ରିତ ମହାନ୍ତି ଆଜି ସଂଧ୍ୟାରେ ବିହାରି ଶ୍ରମିକ ମୁଖିଆ ରମେଶ ସର୍ଦାର ଓ ରାଧେଶ୍ୟାମ ସର୍ଦାରଙ୍କୁ ଯୋଗାଯୋଗକରି ମଞ୍ଚେଶ୍ବର ଷ୍ଟେସନ୍ ବଜାରରେ ପହଞ୍ଚି ସହ‌ାୟତାର ହାତ ବଢ଼ାଇଥିଲେ।

loading...

Leave A Reply

Your email address will not be published.