Breaking

୧୧ ନଂ ଓ୍ବାର୍ଡର ବିକାଶ ମୂଳ ଲକ୍ଷ୍ୟ: କର୍ପୋରେଟର ପ୍ରଭାସିନୀ ମହାନ୍ତି

0

୧୧ ନଂ ଓ୍ବାର୍ଡକୁ ବିକାଶ ପଥରେ ଆଗେଇ ନେବାର ମଙ୍ଗ ଧରିଛନ୍ତି କର୍ପୋରେଟର ପ୍ରଭାସିନୀ ମହାନ୍ତି । ଜିତିବାର ୩୦ ଦିନ ଭିତରେ କଣ କଣ କାର୍ଯ୍ୟ କରିଛନ୍ତି , କଣ କାର୍ଯ୍ୟକ୍ରମ କରିବାକୁ ଚିନ୍ତା କରିଛନ୍ତି ଏବଂ ଅନ୍ୟ ସବୁ ଉର୍ନତି ମୂଳକ କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ କରାଯିବ ସେହି ବିଷୟରେ ଆଲୋଚନା ନିମନ୍ତେ ୱାର୍ଡର ସମସ୍ତ ବିଜେଡି ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଆର୍ ଆଇ ଇ ଟି ସ୍କୁଲ ପରିସରରେ ଏକତ୍ରିତ ବସି ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକ ଟିକୁ ୧୧ନଂ ୱାର୍ଡ ସଭାପତି ମହେଶ୍ୱର ବିଶ୍ୱାଳ ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରି ଅଧକ୍ଷତା କରିଥିଲେ | ବରିଷ୍ଠ ସଦସ୍ୟ ହୃଦୟ ରାମ ବ୍ରହ୍ମ| ସଭା ପରିଚାଳନା କରିଥିଲେ | ବରିଷ୍ଠ ବିଜେଡି ନାରୀ ନେତ୍ରୀ ଆଞ୍ଜୁବାଳା ହାତୀ, ବିଜେଡି ସମ୍ପାଦିକା ସ୍ୱର୍ଣଳତା ମହାଲିକ, ବିଜେଡି ଆଇ ଟି ସେଲ ସଦସ୍ୟ କଳ୍ପନା ମହାନ୍ତି, ବିଜେଡି ନେତ୍ରୀ ଅପର୍ଣ୍ଣା, ସୁଚିତ୍ରା, ସୁନିତା ସରକାର, ଯୁବ ନେତା ଲୋକନାଥ ଧଳ, ବିଜେଡି ଛାତ୍ର ଦଳ ପିଲାମାନେ ଯୁବ ସାମ୍ବାଦିକ ତଥା ବିଜେଡି IT ସେଲ ରାଜୀବ ନୟନ, ମାତୃଶକ୍ତି ସଦସ୍ୟା ଗଣ, ମହାବୀର ଆଦର୍ଶ ନଗର, ଧୀରିକୁଟି ସାହି, ତ୍ରିନାଥ ଆଦର୍ଶ ନଗର, ଗୋଜବାୟାଣୀ ଆଦର୍ଶ ନଗର ଏବଂ ବହୁ କର୍ମୀ ମାନେ ଏକତ୍ରିତ ହୋଇ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ |

loading...

Leave A Reply

Your email address will not be published.