Breaking

ବଦଳିଲା ଆଭିମୁଖ୍ୟ

ମୋଦିଙ୍କୁ ପ୍ରସଂସା କଲେ ଟ୍ରମ୍ପ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆମେରିକା ରାଷ୍ଟ୍ରପତି ନିଜ ଆଭିମୁଖ୍ୟ ବଦଳାଇଛନ୍ତି।ବିଶ୍ବ ସାଂପ୍ରତିକ ସ୍ଥିତିରେ ମହାମାରି ସହ ଯୁଦ୍ଧ କରୁଥିବା ବେଳେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଣକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏ ନେଇ ବିଭିନ୍ନ ମହଲରେ କଡା ଭାଷାରେ ନିନ୍ଦା କରାଯାଇଥିଲା।ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁୁ ପ୍ରଶଂସାରେ ପୋତି ପକାଇଛନ୍ତି । ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ୍ ନେତା । ଓ ସ୍ପଇ କରିଛନ୍ତି ଯେ ଆମେରିକା ଓ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଡୋଜ୍ ଆମଦାନୀ କରିବ । ଯେଉଁଥିରେ ଅଧିକାଂଶ ଭାରତରୁ ଆସିବ ବୋଲି ସୂଚନା ଦିଆଯାଇଛି। ମାର୍ଚ୍ଚ ୨୫ତାରିଖରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ରପ୍ତାନୀ ଉପରେ ଭାରତରେ କଟକଣା ଲଗାଯାଇଥିଲା । ଯାହାକୁ ପରେ ହଟାଇ ଦିଆଯାଇଛି । ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଦ୍ୱାରା କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିବାରୁ ପୂର୍ବରୁ ଏହି ଔଷଧ ଯୋଗାଇବା ପାଇଁ ଭାରତକୁ ନିବେଦନ କରିଥିଲେ ଟ୍ରମ୍ପ । ତେବେ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମେରିକା ମୁଖ୍ୟ ଭାରତର ସହାୟତା ଲୋଡିବା ସହ ମୋଦିଙ୍କୁ ପ୍ରସଂସା କରିଛନ୍ତି।

loading...

Leave A Reply

Your email address will not be published.