Breaking

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌,୫୦ ମୃତ

0

ଚଣ୍ଡିଗଡ଼:ସମଗ୍ର ଦେଶ ଧୂମଧାମରେ ବିଜୟାଦଶମୀ ଉତ୍ସବ ପାଳନ କରୁଥିବା ବେଳେ ପଞ୍ଜାବର ଅମୃତସରରୁ ଆସିଛି ହୃଦୟ ବିଦାରକ ଘଟଣା। ଅମୃତସରରେ ରାବଣପୋଡି ଦେଖୁଥିବା ବେଳେ ଟ୍ରେନ ଚଢିଯିବାରୁ ୫୦ ଲୋକ ମରିଥିବା କୁହାଯାଉଛି ।ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଅମୃତସରର ଚୌରା ବଜାରଠାରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଅନ୍ୟପଟରେ ସ୍ଥାନୀୟ ଅଞ୍ଚଳ ଏକ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି।ଘଟଣାର ତଦନ୍ତ ଲାଗି ରେଳମନ୍ତ୍ରୀ ପୀୟୂଷ ଗୋଏଲ ନିର୍ଦ୍ଦେଶ ଦେଇଛନ୍ତି।

loading...

Leave A Reply

Your email address will not be published.