Breaking

ଆସନ୍ତାକାଲି ମେଲାଣି ନେବେ ମା’ ଦୁର୍ଗା : କୂଆଖାଇ ଓ ଦୟାରେ ଅସ୍ଥାୟୀ ପୋଖରୀ

0

ଭୁବନେଶ୍ୱର: ଆସନ୍ତାକାଲି ମେଲାଣି ନେବେ ମାଆ ଦୁର୍ଗା। ମାଆଙ୍କ ଭସାଣ ପାଇଁ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି। ଏଥିପାଇଁ ଦ୍ୱୈତ ନଗରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ପାଇଁ ୩୦ ପ୍ଲାଟୁନ୍‌, ଟ୍ରାଫିକ୍‌ ପାଇଁ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। କଟକରେ ଭସାଣ ଶୋଭାଯାତ୍ରାକୁ ପରିଚାଳନା କରିବା ପାଇଁ ୧୫ଟି ପୋଲିସ ପ୍ଲାଟୁନ୍‌ ନିୟୋଜିତ କରାଯିବ।

ମାଆ ଦୁର୍ଗାଙ୍କ ଭସାଣ ପାଇଁ ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରେ ସ୍ୱତନ୍ତ୍ର ପୋଖରୀ କରାଯାଇଛି। ନଦୀକୁ ପ୍ରଦୂଷଣରୁ ରକ୍ଷା କରିବା ଲାଗି କୂଆଖାଇ ଓ ଦୟାରେ ଏଭଳି ପୋଖରୀ ଖୋଳା ଯାଇଛି। ପୁରୁଣା ଭୁବନେଶ୍ୱରରେ ହୋଇଥିବା ଦୁର୍ଗା ମେଢ଼ ଗୁଡ଼ିକୁ ଦିନବେଳେ ବିସର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱର ପୂଜା କମିଟି ପକ୍ଷରୁ ସନ୍ଧ୍ୟାରେ ବିସର୍ଜନ କରାଯିବ। ବିସର୍ଜନ ପାଇଁ ଶନିବାର ଅପରାହ୍ନରୁ ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ନୟାପଲ୍ଲୀ ଭସାଣ କମିଟି ଅଧୀନରେ ମେଢ଼ଗୁଡ଼ିକ ସିଆରପି ଛକ ଦେଇ ୟୁନିଟ୍-୮ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଯିବ। ସେଠାରୁ ଗଙ୍ଗନଗର ରାସ୍ତା ଦେଇ ବିସର୍ଜନ ପାଇଁ ନିଆଯିବ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯିବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରାୟ ୧୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।

କଟକରେ ମଧ୍ୟ ଭସାଣ ଶୋଭାଯାତ୍ରା ପାଇଁ ପୋଲିସ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମେଢଗୁଡିକ ସାହି ପରିକ୍ରମା ପରେ ମୁଖ୍ୟ ରାସ୍ତାକୁ ଆସିବେ। ମେଢଗୁଡ଼ିକୁ କଲେଜ ଛକ-ରାଣୀହାଟ, ମଙ୍ଗଳବାଗ- ବକ୍ସିବଜାର-ଚୌଧୁରୀ ବଜାର- ତେଲେଙ୍ଗାବଜାର ଦେଇ ଆସିବା ପରେ ଦେବୀଗଡାରେ ବିସର୍ଜନ କରାଯିବ। ସୁରକ୍ଷା ଦୃଷ୍ଟିରୁ ସହରର ୧୬ଟି ସ୍ଥାନରେ ସିସିଟିଭି ଲଗାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।

loading...

Leave A Reply

Your email address will not be published.