Breaking

ଜଳିଲା ପାପର ‘ରାବଣ’ ! ରାଜଧାନୀରେ ରାବଣ ପୋଡ଼ି ସଂପନ୍ନ

0

ଭୁବନେଶ୍ୱର : ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ସ୍ୱରୂପ ପରମ୍ପରା ଅନୁଯାୟୀ ଆଜି ରାବଣ ପୋଡ଼ି ଉତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଉତ୍ସବକୁ ସାମାନ୍ୟ ଫିକା କରିଦେଇଛି। ତଥାପି ରାବଣ ପୋଡି ଉତ୍ସବ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ରାବଣ ପୋଡି ପରେ ଆରମ୍ଭ ହୋଇଯାଇଥିଲା ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ।।
ଭୁବନେଶ୍ୱର ବରମୁଣ୍ଡା ଓ ଝାଡପଡ଼ା ପରି ଅନ୍ୟାନ୍ୟ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳିତ ହୋଇଛି। ରାବଣ ପୋଡି ଦେଖିବା ପାଇଁ ସନ୍ଧ୍ୟାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡକୁ ଦେଖି ଆୟୋଜକଙ୍କ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା। ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

loading...

Leave A Reply

Your email address will not be published.