Breaking

ଖୋଲାରେ ଶୌଚ କରୁଛନ୍ତି କି ? ମିଳିବ ମୃତ୍ୟୁ ଦଣ୍ଡ !

0

ଉତ୍ତରପ୍ରଦେଶ:ଖୋଲାରେ ଶୌଚରୁ ମୁକ୍ତି ପାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାର ଦେଖିବାକୁ ମିଲୁଛି । ଏଥିସହ ଅନେକ ଅଭିଯାନ ମଧ୍ୟ କାଯ୍ୟକାରୀ ହେଉଛି । ତେବେ ଖୋଲାରେ ଶୌଚ କଲେ ମୃତ୍ୟୁ ଦଣ୍ଡ ମିଳିବ ଖବର ସମସ୍ତଙ୍କୁ ଦ୍ୱନ୍ଦରେ ପକାଉଛି । ତେବେ ଏହି ଖବର ମିଲିବା ପରେ ଲୋକେ ଆତହ୍କିତ ହୋଇପଡିଛନ୍ତି । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗପାତ ଜିଲ୍ଲାରେ । ଖୋଲା ଶୌଚ ପାଇଁ ଏକ ଅଦ୍ଦୁତ ଦଣ୍ଡ ଲାଗୁ କରିଛନ୍ତି ସେଠାକାର ସରକାର, ଯାହା ଶୁଣିବା ମାତ୍ରେ ଡର ଉପୁଜିଛି । ସୂଚନାରୁ ପ୍ରକାଶ ଏହି ସହରରେ ହୋଡିଙ୍ଗସ୍ ମାଧ୍ୟମରେ ଗୋଟିଏ ସମ୍ବାଦ ଲେଖାଯାଇଛି ଯେ ଯିଏ ବି ଖୋଲାରେ ଶୌଚ କରିବେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯିବ । ତେବେ ଏହି ସମ୍ବାଦ ଦେଖିବା ପରେ ସମସ୍ତ ଅଂଚଳର ଲୋକ ଏହାକୁ ବିରୋଧ କରୁଛନ୍ତି ।
ବାଗପତ ନଗରପାଳିକା ପରିଷଦର ମୁଖ୍ୟ ୧୦ଟି ସ୍ଥାନରେ ଏହି ହୋଡିଙ୍ଗ ଦେଖିକି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଏଥିସହ ଲୋକେମାନେ ଏହି ସମ୍ବାଦ ପାଇବା ପରେ ଲୋକେ ଗୋଟେପ୍ରକାରର ଭୟଭୀତ ହୋଇ ଅଛନ୍ତି । ହୋଡିଙ୍ଗରେ ଲେଖାହୋଇଛି “ଯଦି ଖୋଲାରେ କରିବେ ଶୌଚ , ଜଲଦି ଯିବ ଜୀବନ” । ଆପଣଙ୍କୁ କହି ରଖେ ଏହି ହୋଡିଙ୍ଗ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଲାଗି ଲଗାଯାଇଛି । ତେବେ ୟେତେବେଳେ ଏହି ସଂପର୍କ ବିଷୟରେ ଜିଲ୍ଲାପାଳଙ୍କୁ ପଚରାଗଲା ତ ସିଏ କହିଥିଲେ କି ଏହା ଭୁଲରେ ଲଗା ହୋଇଯାଇଛି । ବାଗପାତର ଏସପି ଜୟପ୍ରକାଶ କହଛନ୍ତି, ଆମେ ପ୍ରଶାସନ ସହ କଥା ହୋଇଛୁ । ସେ ଏହା ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରିବେ ଏବଂ ଏଥିସହ ହୋଡିଙ୍ଗ ହଟାଇବାର ମଧ୍ୟ କାଯ୍ୟ ଚାଲିଛି । ଯଦି କେହି ଲିଖିତଅଭିେଯାଗ କରିବେ ତ ଆମେ କଡା ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.