Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୧୪ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ

0

ମେଷ: ସମସ୍ତଙ୍କର ଆସ୍ଥା ଭାଜନ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ବିବାଦରେ ବିଜୟୀ ହେବେ। ସରକାରୀ ଲାଭ ମିଳିବ।

ବୃଷ: ମନ ପ୍ରପଫୁଲ୍ଲିତ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଭାଗ୍ୟବାନ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ପତ୍ନୀଙ୍କର ଅସୁସ୍ଥତା ଉପୁଜି ପାରେ। ବିଦ୍ୟାବାନ୍‌ ହୋଇପାରନ୍ତି।

ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

କର୍କଟ: ପାରିବାରିକ ସ୍ତରରେ ଅଶାନ୍ତି ଦେଖା ଦେଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ରହିବା ସବୁଠୁଁ ଭଲ ହେବ। ଯାତ୍ରା ଶୁଭଦାୟକ ହୋଇପାରେ। ମଧୁର ବଚନ କହି ସମାଜରେ ଆଦରଣୀୟ ହେବେ।

ସିଂହ: ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ପରୋପକାରୀ ହେବେ।

କନ୍ୟା: ଶତ୍ରୁ କବଳରୁ ରକ୍ଷା ପାଇ ଯିବେ। ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଦିନଟି ଶୁଭଙ୍କର। ବିଜୟୀ ହେବେ।

ତୁଳା: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜା ପଦ୍ଧତିରେ ମନ ବଳାଇବେ। ଶତ୍ରୁ ବିନାଶ କରିପାରନ୍ତି। ରାଜପୂଜା ମିଳିପାରେ। ଯାନବାହନ ଯୁକ୍ତ ହୋଇପାରନ୍ତି। ବହୁ ପୋଷକ ହେବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି।

ବିଛା: ମାନସିକ ଭାରସାମ୍ୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିବେ। ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ସୁଖାଦ୍ୟ ମିଳିପାରେ।

ଧନୁ: ମନ ପ୍ରସନ୍ନ ରହିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇ ବାତାବରଣ ନିର୍ମଳ ରହିଛି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ବ୍ୟସ୍ତଭରା ଦିନଟିଏ।

ମକର: ଈର୍ଷାର ପାତ୍ର ହୋଇପାରନ୍ତି। ତାମ୍ର, ପ୍ରବାଳ, ସୁବର୍ଣ୍ଣ, ଉତ୍ତମ ମୂଲ୍ୟବାନ ବସ୍ତ୍ର, ଉତ୍ତମ ଯାନବାହନ ଓ ରାଜ ପ୍ରାସାଦ ହେତୁକ ସୁଖ ଭୋଗ କରିପାରନ୍ତି। ଏ ସବୁ ସତ୍ତ୍ୱେ ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ନ ହେଲେ କ୍ଷତିଗ୍ରସ୍ତ ହେବେ।

କୁମ୍ଭ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଧନାଦିଯୁକ୍ତ ହେବେ। ବେଶଭୂଷା ବିନୀତ ସ୍ୱଭାବର ହେବ। ମହାଭୋଗ କରିବେ।

ମୀନ: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କର୍ମକାରୀ ହେବେ। ସୁଭାଷୀ ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ଦର୍ଶନୀୟ, ଭୋଗୀ ଓ ତେଜୀୟାନ୍‌ ହେବେ। ଦ୍ରବ୍ୟ ଲାଭର ସୁଯୋଗ ଅଛି।

loading...

Leave A Reply

Your email address will not be published.