Breaking

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିହେଲା ନବାନ୍ନ

0

ସମ୍ବଲପୁର:ଆଜି ପଶ୍ଚିମ ଓଡିଶାର କୃଷିଭିତକ ପର୍ବ ନୂଆଁଖାଇ । ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ନୂଆ ବସ୍ତ୍ର ପରିଧାନ କରି ମା ନୂଆଁ ଖାଇଛନ୍ତି । ନୂଆ ଧାନରୁ ପ୍ରସ୍ତୁତ ହୋଇଥିବା ନବାନ୍ନ ସକାଳ ୮ଟା ୧୦ରୁ ୮ଟା ୪୦ ମିନିଟରେ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହୋଇଛି । ଏହାପରେ ଘରେ ଘରେ ସମସ୍ତେ ନୂଆଁ ଖାଇଛନ୍ତି । ଏହାପରେ ଆରମ୍ଭ ହୋଇଯାଇଛି ନୂଆଁଖାଇ ଜୁହାର ପରମ୍ପରା ।
ନିଆରା ପରମ୍ପରା, ସଂସ୍କୃତି ଓ ଭାଇଚାରାର ପର୍ବ ହେଉଛି ନୂଆଁଖାଇ, ପଶ୍ଚିମ ଓଡିଶାର ଏହି ପର୍ବକୁ ଲୋକେ ଜଗିରହିଥାନ୍ତି । କାରଣ ଦୂରଦୂରାନ୍ତରରେ ଥିବା ଲୋକମାନେ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଫେରିଥାନ୍ତି । ଆଉ ଘରେ ଜମିଥାଏ ଉତ୍ସବର ମାହୋଲ । ବର୍ଷଟିଏର ପର୍ବ ପାଳନ ନେଇ ଲୋକଙ୍କ ମଧ୍ୟ ଉତ୍ସାହ ସ୍ପଷ୍ଟ ବାରି ହୋଇପଡୁଛି । ଆଉ ହସଖୁସିରେ ମିଳିମିଶି ନୂଆଁ ଅନ୍ନ ଗ୍ରହଣ ଖାଇଛନ୍ତି ।
ତେବେ ଲଗ୍ନ ଧାର୍ଯ୍ୟ ହେବା ପରଠୁ ଚଳଚଂଚଳ ହୋଇପଡିଛି ପଶ୍ଚିମ ଓଡ଼ିଶା । ବିଶ୍ୱାସ ରହିଛି, ନୂଆଖାଇରେ ଘରକୁ ଇଷ୍ଟଦେବୀ ମା ଅର୍ଣ୍ଣପୂର୍ଣା ଆସିଥାନ୍ତି, ତେଣୁ ତାଙ୍କ ସ୍ୱାଗତ ପାଇଁ ଏ ସବୁ ପ୍ରସ୍ତୁତି । କୁରେଇ ପତ୍ରରେ ନିର୍ମିତ ଦନାରେ ଧାର୍ୟ୍ୟ ସମୟରେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ଅନ୍ୟ ସଦସ୍ୟଙ୍କୁ ନୂଆଖାଇବାକୁ ଦେଇଥାନ୍ତି । ତା’ପରେ ରନ୍ଧା ଯାଇଥିବା ବିଭିନ୍ନ ଖାଦ୍ୟକୁ କୁରେଇ, ରେଙ୍ଗାଳ ଖଲିରେ ଖାଇଥାନ୍ତି ସମସ୍ତେ ।

loading...

Leave A Reply

Your email address will not be published.