Breaking

ଜାଣନ୍ତୁ ଆଜିର ରାଶିଫଳ

0

ମେଷ: ବେପାର ମାମଲାରେ ମନରେ ନୂଆ ନୂଆ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ମାଆ ଭଦ୍ରକାଳୀ।

ବୃଷ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ବାଣିଜ୍ୟ ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମଳିବ। ଆର୍ଥିକ ସ୍ଥିତିରେ ମଜଭୁତ ବଜାୟ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ନୂଆ ଘର ବା ଭୂସ˚ପତ୍ତି କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଆପଣ ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ଆଜି କିଛି ନୂଆ ଶିଖିବାର ଅବସର ମିଳିବ। ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସି˚ହ: ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ। ରାଜନୀତିରେ ମନୋକାମନା ପୂରା ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଅମ୍ବିକା।

କନ୍ୟା: ଆପଣଙ୍କ ଦୃଢ଼ ମନୋବଳ ଜରୁରୀ କାମରେ ସଫଳତା ଆଣିଦେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ଗଠନ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହେବ। ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଭୈରବୀ।

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ଧନୁ: ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। କାହାରିକୁ ଆପଣଙ୍କ ଠାରୁ ଆବଶ୍ୟକତାଠୁଁ ଅଧିକ ଆଶା ରହିବ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: କ୍ରୀମ। ଆରାଧନା: ଶ୍ରୀକୃଷ୍ଣ।

ମକର: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା। ଆପଣ ନିଜର ଧୢାନ ଲକ୍ଷ୍ୟ ଆଡ଼କୁ ସଜାଇ ରଖିବେ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ। ବେପାରରେ ଲାଭ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା କପିଳାସ।

କୁମ୍ଭ: ଦେବୀମାତାଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ। ବିବାହିତଙ୍କ ଲାଗି ଦିନଟି ବହୁତ ବଢ଼ିଆ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ସନ୍ତୋଷୀମାତା।

ମୀନ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। ପରିବାର ଲୋକଙ୍କ ସହିତ ବଢ଼ିଆ ସମୟ ବିତାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

loading...

Leave A Reply

Your email address will not be published.