Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୭ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଆକସ୍ମିକ ଧନ ଲାଭର ସୁଯୋଗ ଅଛି

0

 

ମେଷ: ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଆୟ ଯଥେଷ୍ଟ ପରିମାଣର ହେବ। ଉତ୍ତମ ଭୋଜନ ମିଳିବ। ବ୍ୟବସାୟମୁଖୀ ହୋଇପାରନ୍ତି। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିଦ୍ୟାର୍ଥୀ ଖୁସି ହେବେ।

ବୃଷ: ଖର୍ଚ୍ଚାନ୍ତ ହେବେ। ଶୁଭକାର୍ଯ୍ୟରେ ବ୍ୟୟ କରିବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ବିଦ୍ୟାର୍ଥୀ ଗୁଣବାନ ହେବେ।

ମିଥୁନ: କୃଷିରୁ ଲାଭବାନ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନଲାଭର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ। ବିଦ୍ୟାର୍ଥୀ ସଫଳ ହେବେ।

କର୍କଟ: ଆର୍ଥକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ସାଧନାରେ ସିଦ୍ଧିଲାଭ କରି ଉତ୍‌ଫୁଲ୍ଲିତ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

କନ୍ୟା: ମନର କଳ୍ପନା ବାସ୍ତବ ରୂପ ନେବ। ଦୁଃଖ କଷ୍ଟ ସହି କାର୍ଯ୍ୟ ସମ୍ପାଦନ କରିବେ। ଈର୍ଷା ପରିତ୍ୟାଗ କଲେ ପ୍ରଶଂସା ମିଳିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତା ଆବଶ୍ୟକ। ବିଦ୍ୟାର୍ଥୀ ଉଦ୍ୟମୀ ହେବେ।

ତୁଳା: ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ବଂଶ ମର୍ଯ୍ୟାଦା ରକ୍ଷା କରିବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ସେବା ମନୋଭାବ ରହିବ। ପତ୍ନୀଙ୍କ କଥାରେ ଚାଲିବେ। ବିଦ୍ୟାର୍ଥୀ ସୁଖୀ ହେବେ।

ବିଛା: ଯାତ୍ରାରେ ଅଯଥା ବ୍ୟୟ ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି। ଦେହ ସୁସ୍ଥ ରହିବ। ବଳଶାଳୀ ହେବେ। ଶତ୍ରୁହନ୍ତା ହେବେ। ବିଦ୍ୟାର୍ଥୀ ଆଗେଇ ପାରନ୍ତି।

ଧନୁ: ଜଟିଳ କାର୍ଯ୍ୟରେ ବ୍ୟସ୍ତ ରହି ମଧ୍ୟ କୃତକାର୍ଯ୍ୟ ହେବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନ ଲାଭର ସୁଯୋଗ ଅଛି। ସାହସୀ ଜ୍ଞାନ ଗରିମାର ପରିଚୟ ସୃଷ୍ଟି କରିବେ। ବ୍ୟବସାୟ ଅଧିକ ଲାଭପ୍ରଦ ହୋଇପାରେ। ବିଦ୍ୟାର୍ଥୀ ଅସାଧ୍ୟ ସାଧନ କରିବେ।

ମକର: ଶାନ୍ତି ଓ ସନ୍ତୋଷ ମିଳିବ। ବାଦାନୁବାଦରେ ବିଜୟୀ ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକ୍ଷେତ୍ରରୁ ଲାଭ ମିଳିବ। ଜଳ ପ୍ରତି ଆଦରପ୍ରେମୀ ହେବେ। ବିଦ୍ୟାର୍ଥୀ ବୁଦ୍ଧିମାନ ହେବେ।

କୁମ୍ଭ: ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ବିବାଦୀୟ କ୍ଷେତ୍ରରେ ଓ ପ୍ରତିଯୋଗିତାରେ ବିଜୟୀ ହେବେ। ମେଳାପୀ ପ୍ରକୃତିର ହୋଇପାରନ୍ତି। ମଧୁର ଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର ମିଳିବ। ବିଦ୍ୟାର୍ଥୀ ସଫଳ ହେବେ।

ମୀନ: ସ୍ୱାଧୀନ ଚେତା ଭାବେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ସୌଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଯାନବାହନ ସୁଖ ମିଳିପାରେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

loading...

Leave A Reply

Your email address will not be published.