Breaking

ଢେଙ୍କାନାଳ: ସିଲିଣ୍ଡର ଫାଟି ଜିଅନ୍ତା ଜଳିଗଲେ ମାଆଝିଅ

0

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଥାନା ଗୋଡିପାଟଣା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଆଜି ସକାଳେ ଗ୍ୟାସ୍ ଲଗାଇବା ସମୟରେ ସାମାନ୍ୟ ଅସାବଧାନତା ପାଇଁ ଦୁଇଟି ଜୀବନ ଚାଲି ଯାଇଛି ।
ସୂଚନାନୁସାରେ, ଆଜି ଭୋରରୁ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ମମତା ପୋଥାଳ ଓ ତାଙ୍କ ଝିଅ ଜୋସ୍ନା ପୋଥାଳ ଚା ତିଆରି କରିବାକୁ ଗ୍ୟାସ ଲଗାଇବା ସମୟରେ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ଦୁହେଁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।ମାଆଝିଅଙ୍କୁ ବଞ୍ଚାାଇବାକୁ ଯାଇ ଦୁର୍ଯୋଧନ ଓ ତାଙ୍କର ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ପୁଅ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିିଛି।

loading...

Leave A Reply

Your email address will not be published.