Breaking

ବୈବାହିକ ଜୀବନରେ ସୁଖ-ଶାନ୍ତି ଚାହୁଁଛନ୍ତି ତ ? ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

0

ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ପାଇଁ ସବୁବେଳେ ସମସ୍ତେ ଚେଷ୍ଟା କରିଥାନ୍ତି । ଅନେକ ସମୟରେ ବହୁତ ଛୋଟ ଛୋଟ କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇଥାଏ । ତେବେ ଆପଣ କେବେ ମଧ୍ୟ ଭାବି ନ ଥିବେ କଳହର କାରଣ ଆପଣଙ୍କ ଶୋଇବା ଘରେ ଥିବା କିଛି ଜିନିଷ ହୋଇଥାଇ ପାରେ । ଶୋଇବା ଘରେ ଥିବା କିଛି ଦରକାରୀ ଜିନିଷ ହୁଏତ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି କରିପାରେ ଝଡ଼ । ଆସନ୍ତୁ ଏ ବିଷୟରେ ବିସ୍ତାରରେ ଜାଣିବା ।

ଆମେ ସର୍ବଦା ସୁଖ ଏବଂ ଶାନ୍ତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାଉ। କିନ୍ତୁ ଭୁଲରେ ମଧ୍ୟ କେବେ ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ଶୋଇବା ଘରେ ଲଗାଇବା କଥା ନୁହଁ । ଏହା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ । ଅଧୁନିକ ଯୁଗରେ ଆଜିକାଲି ସମସ୍ତଙ୍କର ଘରେ ଏକରୁ ଅଧିକ ବୈଦ୍ୟୁତିକ ଉପକରଣ ରହିବା କିଛି ନୂଆ କଥା ନୁହଁ । ବର୍ତ୍ତମାନ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ କିିଛି ଲୋକ ଶୋଇବା ଘରେ ଟିଭି ଓ କମ୍ପୁଟର ଆଦି ରଖିଥାନ୍ତି । ଏହା ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହେବା ସହ ଅଧିକ ଝଗଡ଼ା ହୋଇଥାଏ । ଶୋଇବା ଘରେ କେବେ ମଧ୍ୟ ହିଂସ୍ର ପଶୁର ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହଁ । ଏହି ଛୋଟ ଦିଗ ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସରଳ ହୋଇଥାଏ ।

loading...

Leave A Reply

Your email address will not be published.