Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୬ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ

0

ମେଷ: ପରିସ୍ଥିତି ପ୍ରତି ଉଦାସୀନ ରହିପାରନ୍ତି। ପରୋପକାରୀ ହେବେ। ଭାଗ୍ୟଶାଳୀ ହେବେ। ଦିନଟିକୁ ଭୋଗ ବିଳାସରେ ଅତିବାହିତ କରିବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ। ଧର୍ମାତ୍ମା ଓ ବିଦ୍ୱାନ୍‍ ହେବେ। ସାହସୀ ଓ ସମ୍ପତ୍ତିବାନ ହେବେ।

ବୃଷ: ଅର୍ଥ ଯୋଗାଡ଼ କରିବାରେ ବ୍ୟତିବ୍ୟସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।

ମିଥୁନ: ଆର୍ଥିକ ଅବସ୍ଥାର ଉନ୍ନତି ଘଟିବ। ବନ୍ଧୁ ସହଯୋଗ ପାଇ ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

କର୍କଟ: ପର ପାଇଁ କାର୍ଯ୍ୟ କରିବା ଦୁଃଖର କାରଣ ହୋଇପାରେ। ଶତ୍ରୁ ଦମନ କରିବାକୁ ଉପାୟ ସ୍ଥିର କରିବେ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ପ୍ରଶଂସା ମିଳିବ।

ସିଂହ: ଆତ୍ମୀୟ ଲୋକଙ୍କ ବିରୋଧ ଘଟିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଆସନ୍ନ ପ୍ରସବାର କନ୍ୟା ସନ୍ତାନ ଜାତ ହୋଇପାରେ।

କନ୍ୟା: ଶତ୍ରୁ ଚିନ୍ତାରେ ବ୍ୟସ୍ତ ରହିବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ସମ୍ମାନିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।

ତୁଳା: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟ ଭାଷା ପ୍ରୟୋଗ କରି ପରକୁ ଆପଣାର କରିବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।

ବିଛା: ଠାକୁରଙ୍କ ଦର୍ଶନରେ ଶାନ୍ତି ପ୍ରାପ୍ତ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ପାରନ୍ତି। ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ।

ଧନୁ: ଅର୍ଥ ପ୍ରାପ୍ତି ପାଇଁ ଉଦ୍ୟମ ଅବ୍ୟାହତ ରଖିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ବିଭିନ୍ନ ସ୍ତରରୁ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି।

ମକର: ନିଜ କାର୍ଯ୍ୟ ପାଇଁ ସମାଲୋଚିତ ହୋଇପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଚକ୍ଷୁପୀଡ଼ା ଅନୁଭବ କରିବେ। ଏକାନ୍ତପ୍ରିୟ ଓ ମଧୁରଭାଷୀ ହେବେ।

କୁମ୍ଭ: ବିଭିନ୍ନ ସ୍ତରରୁ ଆୟ ହୋଇ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସାଧାରଣ କ୍ଷେତ୍ରରେ ସମ୍ମାନିତ ହେବେ। ସରକାରୀ ଅର୍ଥପ୍ରାପ୍ତ ହେବ। ରାଜଯୋଗ ରହିଛି।

ମୀନ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ। ସୁଖ ଅନୁଭବ କରିବେ।

loading...

Leave A Reply

Your email address will not be published.