Breaking

ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

0

କଟକ: ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି କଟକ । ଅନେକ ଅଞ୍ଚଳ ଏବେ ପାଣି ଘେରରେ । ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି । ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଦେଇଥିବା ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.