Breaking

ୱିସ୍ ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ

0

ଭୁବନେଶ୍ୱର:ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର ୫ ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ କରାଯାଇଥାଏ । ଆଜିର ଏହି ପବିତ୍ର ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ।ଏହା ସହିତ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରିଛନ୍ତି ।
ସେହିପରି ସାମାଜିକ ଅନୁଷ୍ଠାନ ୱିସ୍ ପକ୍ଷରୁ ସାଇନିଙ୍ଗ ଟ୍ୟୁଟୋରିଅଲରେ ପିଲାମାନଙ୍କ ସହ ଗୁରୁ ଦିବସ ପାଳନ କରାଯାଇଥିଲା । ପିଲାମାନେ ବକୃତା,ଗୀତ ,ନାଚ,ଡ୍ରଇଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ମୁଖ୍ୟ ଅତିଥି ବିଭୁତି ଭୂଷଣ ଏଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପିଲା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ୱିସ୍ ଅନୁଷ୍ଠାନର ଅଧ୍ୟକ୍ଷା ଅନୁସୃତା ସିଂହଦେଓ କିପରି ଗୁରୁମାନଙ୍କର କଥା ମାନି ଆଗକୁ ଆଗେଇ ଚାଲିବ ସେ ବିଷୟରେ ପିଲାମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୱିସ୍ ଅନୁଷ୍ଠାନର ସମସ୍ତ ମେମ୍ବର ଓ ଟ୍ୟୁଟୋରିଅଲର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.