Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୩ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ

0

 

ମେଷ: ମାନସିକ ସ୍ତରରେ ଚିନ୍ତା ବୃଦ୍ଧି ହେବ। ସ୍ୱାଧୀନ ଚିନ୍ତାଧାରା ନେଇ କିଛି କରିବା ସମ୍ଭବ ନୁହେଁ। ନୈତିକତା ବୃଦ୍ଧି ହେବ। ମନସ୍କାମନା ପୂରଣ ହେବ। ପାରିବାରିକ ସୁଖ ମିଳିବ। ଭାଗ୍ୟର ପରିବର୍ତ୍ତନ ଘଟିବ।

ବୃଷ: ଜନ ସାଧାରଣଙ୍କର ଓ ସମ୍ପର୍କୀୟଙ୍କର କଲ୍ୟାଣ ଭାଜନ ହେବେ। ସୁଖ ସମ୍ମାନ ମିଳିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଉତ୍ତମ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ।

ମିଥୁନ: ବନ୍ଧୁଙ୍କ ସହ ବିଚାରବିମର୍ଶ ଉପାଦେୟ ହେବ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିବାଦୀୟ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। କେତେକ ସମସ୍ୟାକୁ କେନ୍ଦ୍ରକରି ଚିନ୍ତିତ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ।

କର୍କଟ: ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। ରୋଜଗାର ସନ୍ତୋଷଜନକ ହେବ। ସୁଖ ସମ୍ଭୋଗରେ ଦିନଟି ଅତିବାହିତ କରିପାରନ୍ତି। ପ୍ରତିଷ୍ଠା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ସିଂହ: କାର୍ଯ୍ୟ କରିବାକୁ ହେଲେ ନିର୍ଭରଶୀଳ ହେବାକୁ ପଡ଼ିବ। ସଫଳତା ମିଳିବ। ଶୁଭ ସମାଚାର ପାଇ ଖୁସି ହେବେ। ଚେଷ୍ଟା ସଫଳ ହେବ। ଉନ୍ନତି ପଥରେ ଆଗକୁ ବଢ଼ିବେ। ପାରିବାରିକ ସୁଖଶାନ୍ତି ମିଳିବ। ବ୍ୟବସାୟ ଠିକ୍‌ ଚାଲିବ।

କନ୍ୟା: କାର୍ଯ୍ୟ ହାସଲ ପାଇଁ ପ୍ରବଳ ଉଦ୍ୟମ ଚଳାଇବେ। ସେବା ମନୋଭାବର ହେବେ। ପାରିବାରିକ ସୁଖ ସମୃଦ୍ଧି ଲାଗି ରହିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଅତିଥି ପାଇଁ ଖର୍ଚ୍ଚାନ୍ତ ହେବେ। ଅର୍ଥ ମିଳିବ। ଯୁବତୀପ୍ରିୟ ହେବେ। ଆଦର୍ଶବାଦୀ ହୋଇପାରନ୍ତି।

ତୁଳା: ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ମନା। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

ବିଛା: ବିପଦ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଯଶସ୍ୱୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଯଶ ଅର୍ଜନ କରି ସୁଖ ଭୋଗ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।

ଧନୁ: ଧୀର ପାଣି ପଥର କାଟେ ସଦୃଶ ଆପଣଙ୍କ କାର୍ଯ୍ୟ ଶୈଳୀ ସମସ୍ତଙ୍କୁ ସୁଖୀ କରାଇ ପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। କର୍ମଚଞ୍ଚଳ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।

ମକର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଶତ୍ରୁତାରୁ ଦୂରେଇ ରହିବେ।

କୁମ୍ଭ: ପାରିବାରିକ ସୁଖ ମିଳିବ। ଉଦାର ସ୍ୱଭାବର ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋିଇପାରନ୍ତି। କୃଷିକ୍ଷେତ୍ର ଲାଭଦାୟକ ହେବ।

ମୀନ: ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ସାମାଜିକ ସ୍ତରରେ ଆଦରଣୀୟ ହେବେ। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ପୁରସ୍କୃତ ହେବା ଆଶାକରାଯାଏ। ରାଜଦ୍ୱାରେ ସମ୍ମାନିତ ହୋଇପାରନ୍ତି।

loading...

Leave A Reply

Your email address will not be published.