Breaking News

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ଗିରଫ

0

ଭୁବନେଶ୍ୱର :ସିସୋର ଚିଟଫଣ୍ଡ ଠକେଇର ବହୁ ଚର୍ଚ୍ଚିତ ଚେହେରା ତଥା ଅଭିଯୁକ୍ତ ଶୁଭଙ୍କର ନାୟକକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି । ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଶୁଭଙ୍କରଙ୍କୁ ଖାରବେଳନଗର ଥାନା ପୋଲିସ ଉଠାଇ ନେଇ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।ପ୍ରକାଶ ଥାଇ କି, ପୂର୍ବରୁ ସିସୋର ଚିଟଫଣ୍ଡ ମାମଲାରେ ଶୁଭଙ୍କର ଜେଲ ଯାଇଥିଲେ ଓ ବେଲରେ ଆସିଥିଲେ ।

Loading...

Leave A Reply

Your email address will not be published.