Breaking

ବିମୁଦ୍ରିକରଣକୁ ପୂରିଲା ଦୁଇବର୍ଷ

0

ନୂଆଦିଲ୍ଲୀ: ଆଜିକୁ ପ୍ରାୟ ଦୁଇବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୬ ନଭେମ୍ବର ୮ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କଲେ। ମୋଦି ବିମୁଦ୍ରାକରଣ ଘୋଷଣା କରି ଦୁର୍ନୀତି ବିରୋଧରେ ଏହା ଏକ ଲଢେଇ ବୋଲି କହିଥିଲେ। ଏହାପରେ ସ୍ତବ୍ଧ ହୋଇପଡିଲା ସାରା ଦେଶ। ୫ ଶହ ଓ ୧୦୦୦ ଟଙ୍କିଆ ନୋଟ ଉପରେ ଲାଗିଲା ପ୍ରତିବନ୍ଧକ।ଫଳରେ ସେହିଦିନ ମଧ୍ୟ ରାତ୍ର ୧୨ଟା ପରେ ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା । ପୁରୁଣା ୫୦୦ ଟଙ୍କିଆ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ୫୦୦ ଟଙ୍କିଆ ପ୍ରଚଳନ କରିଥିଲା । କିନ୍ତୁ ୧୦୦୦ ଟଙ୍କିଆ ନୋଟ୍‌ ସଂପୂର୍ଣ୍ଣଭାବେ ବନ୍ଦ ହୋଇଗଲା । ଏହା ବଦଳରେ ପ୍ରଥମେ ୨୦୦୦ ହଜାର ଟଙ୍କିଆ ପରବର୍ତ୍ତୀ ସମୟରେ ୨୦୦ ଟଙ୍କିଆ ନୋଟ୍‌ ବଜାରକୁ ପ୍ରବେଶ କରିଥିଲା ।
ବିମୁଦ୍ରୀକରଣକୁ ଦୁଇ ବର୍ଷ ପୂରୁଥିବା ବେଳେ ଅକ୍ଟୋବର ୯ ତାରିଖକୁ କଳା ଦିବସ ଭାବରେ ପାଳନ କରିବ କଂଗ୍ରେସ ।ଦୁଇ ବର୍ଷ ପରେ ମଧ୍ୟ ବିମୁଦ୍ରୀକରଣ ସଫଳ ହୋଇନଥିବା ଅଭିଯୋଗ କରି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌ ବଦଳରେ ନୂଆ ୫ ଶହ ଓ ୨ ହଜାରେ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଛି । ଏହାସହ ନୂଆ ୨ ଶହ ଟଙ୍କିଆ ନୋଟ୍‌ ବି ଆସିଛି । ତେବେ ବିମୁଦ୍ରୀକରଣ ପରେ ଦେଶରେ ବଢ଼ିଛି ଡିଜିଟାଲ୍‌ କାରବାର ।

loading...

Leave A Reply

Your email address will not be published.