Breaking

ସତର୍କ କଲା ଗୁଇନ୍ଦା : ୪୮ ଘଣ୍ଟା ମଧ୍ୟରେ ହୋଇପାରେ ବଡ ଧରଣର ଆକ୍ରମଣ

0

ନୂଆଦିଲ୍ଲୀ: ଦେଶବାସୀଙ୍କ ମାନସପଟରୁ ଲିଭିନି ପୁଲୱାମା ଆତଙ୍କବାଦୀ ଆକ୍ରମଣର କରୁଣ ଚିତ୍ର । ଆସିଛି ଆଉ ଏକ ନୂଆ ଆକ୍ରମଣ ଯୋଜନାର ଖବର । ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଜୈଶ-ଇ-ମହମ୍ମଦ ପୁଲୱାମାରେ ଆଉ ଏକ ବଡ଼ ଆକ୍ରମଣ କରିବାର ଯୋଜନା କରୁଛି । ସୂତ୍ର ଅନୁସାରେ ଉତ୍ତର କାଶ୍ମୀରର ଚୌକିବଲ ଓ ଜଙ୍ଗଦାରରେ ୫୦୦ କେଜି ରୁ ଅଧିକ ବିଷ୍ପୋରକ ବ୍ଲାଷ୍ଟ ଜରିଆରେ ଆକ୍ରମଣ କରିବାର ଯୋଜନା କରାଯାଉଛି ।ତେବେ ପୂର୍ବ ଆକ୍ରମଣରେ ୩୫୦ କେଜିର ବିଷ୍ପୋରକ ବ୍ୟବହୃତ ହୋଇଥିବା ବେଳେ ଏହି ଆକ୍ରମଣରେ ୫୦୦ରୁ ଅଧିକ ବିଷ୍ପୋରକ ବ୍ୟବହାର ସୂଚନା ଅଛି । ଏହି ଖବରକୁ ନେଇ ସୁରକ୍ଷାକର୍ମୀମାନଙ୍କୁ ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଛି । ବିଷ୍ପୋରକଭରା ଏକ ଯାନ ଜୈଶର ଆତଙ୍କବାଦୀ ଦ୍ୱାରା ପ୍ରସ୍ତୁତ ହୋଇରହିଛି । ଆଇଡ଼ି ବିସ୍ଫୋରଣ ଜରିଆରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି । ପୁଣି ଥରେ ପୁଲୱାମା ପରି ଆଉ ଏକ ଆକ୍ରମଣ କରିବାର ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଆତଙ୍କବାଦୀ ସଂଗଠନ। ମେସେଜକୁ ଡିକୋଡ଼୍ କରାଯାଇ ଏ ଖବର ହସ୍ତଗତ କରାଯାଇଛି । ଖବର ଅନୁସାରେ ପୂର୍ବ ଆକ୍ରମଣ ଠାରୁ ଏହି ଆକ୍ରମଣ ଅଧିକ ଭୟଙ୍କର ହେବବୋଲି ଗୁଇନ୍ଦା ପକ୍ଷରୁ ସୂଚାଇ ଦିଆଯାଇଛି।

loading...

Leave A Reply

Your email address will not be published.