Breaking

କାଳିଆକୁ ଆତଙ୍କବାଦୀ ବିପଦ

0

ଭୁବନେଶ୍ୱର:ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆତଙ୍କବାଦୀଙ୍କ ଆକ୍ରମଣର ସମ୍ଭାବନା ରହିଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ସତର୍କ କରିଛନ୍ତି ।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏପରି ସୂଚନା ପାଇବା ପରେ ରାଜ୍ୟ ଆଇନ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏନେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ନିକଟକୁ ଏକ ଫେବୃଆରୀ ୧୫ ତାରିଖରେ ଏକ ପତ୍ର ଦ୍ୱାରା ଏହି ସତର୍କ ସୂଚନା ପ୍ରଦାନ କରିଛନ୍ତି । ଏହି ପତ୍ରରେ ଉଲ୍ଲେଖ ହୋଇଛି ଯେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ ନକରିବା ଦ୍ୱାରା ମୁଖ୍ୟ ମନ୍ଦିର ଉପରେ ବିପଦ ଅଧିକ ରହିଛି ।
ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏପରି ସୂଚନା ପ୍ରାୟ ସମୟ ଆସିଥାଏ । “ମନ୍ଦିର ପ୍ରଶାସନ ଏସମ୍ପର୍କରେ ଅବଗତ ହୋଇ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ପଦକ୍ଷେପ ଗ୍ରହଣ କରିବେ,” ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

loading...

Leave A Reply

Your email address will not be published.